banner
Breaking

୧୭ ତୋପ ସଲାମି ସହ ପଞ୍ଚଭୂତରେ ବିଲୀନ

0

ନୂଆଦିଲ୍ଲୀ,୧୦ ।୧୨: ପଞ୍ଚଭୂତରେ ବିଲିନ ହୋଇଛି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର । ରାଜଧାନୀ ଦିଲ୍ଲୀର ବରାର ସ୍କୋୟାରରେ ରାଜକୀୟ ଢଙ୍ଗରେ ୧୭ ତୋପ ସଲାମି ସହ ବିଦାୟ ନେଇଛନ୍ତି ଦେଶବାସୀଙ୍କ ପ୍ରିୟ ତଥା ଭାରତ ମାତର ସୁଯୋଗ୍ୟ ସନ୍ତାନ ଜେନେରାଲ ବିପିନ ରାୱତ । ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ହିନ୍ଦୁ ରିତୀନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ୩ ସେନା ମୁଖ୍ୟ ଓ ବହୁ ରାଜନେତା ରାୱତଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ପରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କେବଳ ଦେଶ ନୁହେଁ ବହୁ ବିଦେଶୀ ଅତିଥି ବି ଲୁହ ଭରା ଆଖିରେ ବିଦାୟ ଦେଇଛନ୍ତି ଜେନେରାଲଙ୍କୁ । ତାଙ୍କର ଦୁଇ ଝିଅ କୃତିକା ଓ ତାରିଣି ମୁଖାଗ୍ନି ଦେବା ସହ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ । ଗୋଟିଏ ଜୁଇରେ ଜଳିଲା ରାୱତ ଦମ୍ପତିଙ୍କ ପାର୍ଥିବ ଶରୀର । ଏବେ ଇତିହାସ ପୃଷ୍ଠାରେ ଦେଶର ପ୍ରଥମ ସିଡିଏସ୍ ।

Khansweb Solution Bhubaneswar

Leave A Reply

Your email address will not be published.