banner
Breaking

ବ୍ରୋଞ୍ଜ ପାଇଁ ଲଢିବ ଭାରତ

0

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଶ୍ୱକପର ପ୍ରତିଟି ମ୍ୟାଚରେ ଆକର୍ଷଣ ଖେଳ ପ୍ରଦର୍ଶନ କରିଥିବା ଭାରତ ଶେଷରେ ବ୍ରୋଞ୍ଜ ପାଇଁ ଲଢେଇ କରିବ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଜର୍ମାନୀ ୪-୨ ଗୋଲରେ ଭାରତକୁ ପରାସ୍ତ କରିଛି। ଫଳରେ ୨୦୦୧ ଓ ୨୦୧୬ ଚାମ୍ପିୟନ ଭାରତର ଫାଇନାଲ ପ୍ରବେଶ ଆଶା ଏଥର ଅଧୁରା ରହିଛି। ୫ ତାରିଖରେ ହେବାକୁ ଥିବା ଫାଇନାଲରେ ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ।

ସେହିଦିନ ସେମିଫାଇନାଲରେ ପରାଜିତ ଦୁଇ ଦଳ ଅର୍ଥାତ୍‌ ଗତ ସଂସ୍କରଣର ଚାମ୍ପିୟନ ଭାରତ ଓ ଫ୍ରାନ୍ସ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା ହେବ। ପୂର୍ବରୁ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ଶୁଟ୍‌ଆଉଟ ୩-୧ ଗୋଲରେ ଫ୍ରାନ୍ସକୁ ହରାଇ ଫାଇନାଲରେ ପହଞ୍ଚତ୍ଥିଲା। ଜର୍ମାନୀ ୧୯୮୨, ୧୯୮୫, ୧୯୮୯, ୧୯୯୩, ୨୦୦୯ ଓ ୨୦୧୩ରେ ସର୍ବାଧିକ ୬ ଥର ଚାମ୍ପିୟନ ହୋଇଥିବାବେଳେ ୧୯୭୯ରେ ରନର୍ସଅପ୍‌ ହୋଇଥିଲା। ତେଣୁ ଏହାକୁ ମିଶାଇ ଦଳ ୮ମ ଥରପାଇଁ ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତିଥିଭାବେ ଯୋଗଦେଇ ଜର୍ମାନୀର ମାସି ପଫଣ୍ଡଟଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.