banner
Breaking

ଠିକ୍ ସମୟରେ ଆସିଯିବ ରାଫାଲ।

0

ହାଇଦ୍ରାବାଦ,୯ ।୧୦: ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଶୁକ୍ରବାର କହିଛନ୍ତି କୋଭିଡ-୧୯ ଯୋଗୁ ଉପୁଜିଥିବା ବାଧା ପରେ ବି ଏରୋସ୍ପେଶର ବଡ କମ୍ପାନୀ ଦୈଶି ଆଭିଏଶନ ଭାରତକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ୩୬ଟି ରାଫାଲ ଜେଟ୍ ଉପଲବ୍ଧ କରାଇବ । ସେ ଇଣ୍ଡୋ-ଫ୍ରାନ୍ସିସି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଆଇଏଫ୍‌ସିସିଆଇ) ପକ୍ଷରୁ ଆୟୋଜିତ ଇଣ୍ଡୋ-ଫ୍ରେଞ୍ଚ ଇନଭେଷ୍ଟମେଣ୍ଟ କନକ୍ଲେଭର ୪ର୍ଥ ସଂସ୍କରଣ ସମୟରେ କହିଛନ୍ତି । ଅନ୍ୟପଟେ ଭାରତ-ଫ୍ରାନ୍ସ ମଧ୍ୟରେ ବ୍ୟବସାୟ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଭାରତ-ଫାନ୍ସ ମଧ୍ୟରେ ବ୍ୟବସାୟ ମାତ୍ରାଧିକ ଭାବେ ଅଧିକ ନାହିଁ । କାରଣ ଫ୍ରାନ୍ସର ଅଧିକାଂଶ କମ୍ପାନୀ ଭାରତରୁ ରପ୍ତାନି କରିବା ପରିବର୍ତ୍ତେ ଭାରତରେ ବିନିଯୋଗ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୟୁରୋପୀୟ ଦେଶ ଗୁଡିକର ସଂସ୍ଥାମାନେ ଭାରତରେ ୧୦ ବିଲିୟନ ୟୁରୋରୁ ଅଧିକ ପୁଞ୍ଜି ବିନିଯୋଗ କରି ୨.୫୦ ଲକ୍ଷ ଭାରତୀୟଙ୍କୁ ନିଯୁକ୍ତି ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.