banner
Breaking

ସମଗ୍ର ବିଶ୍ବକୁ ଟିକା ଯୋଗାଇବାର ଦକ୍ଷତା ଭାରତ ପାଖରେ ଅଛି।

0

ନୂଆଦିଲ୍ଲୀ,୧୩।୫: ଅନେକ ଦେଶରେ ଟିକା ଉତ୍ପାଦନକାରୀ କମ୍ପାନୀ ରହିଛି। କିନ୍ତୁ ସମଗ୍ର ବିଶ୍ୱକୁ ଟିକା ଯୋଗାଇଦେବାର କ୍ଷମତା କେବଳ ଭାରତ ପାଖରେ ଅଛି ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବାରୀ ଓ’ ଫରେଲ୍‌। ଏଥିସହ ଅଷ୍ଟ୍ରେଲିଆରୁ ପଠାଯାଇଥିବା ୧୦୫୬ ଭେଣ୍ଟିଲେଟର, ୪୩ ଅକ୍ସିଜେନ କନ୍‌ସେନଟ୍ରେଟର ଭାରତ ସରକାରଙ୍କ ନିକଟରେ ପହଞ୍ଚିଥିବା ଏବଂ ତାହା ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ବିହାର ରାଜ୍ୟକୁ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନିମନ୍ତେ ପଠାଯାଇଥିବା ନେଇ କେନ୍ଦ୍ର ସରକାର ଜଣାଇଥିବା ସେ ପ୍ରକାଶ କରିଛନ୍ତି। ଭାରତର ବିପଦ ସମୟରେ ଅଷ୍ଟ୍ରେଲିଆ ସହଯୋଗ କରିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.