banner
Breaking

ଭାରତ ସବୁବେଳେ ବିଶ୍ବ ଭାତୃତ୍ବକୁ ବିଶ୍ବାସ କରେ : ମୋଦୀ

0

ନୂଆଦିଲ୍ଲୀ,୧୬।୧୧: ଭାରତ ସବୁବେଳେ ବିଶ୍ୱ ଭାତୃତ୍ୱରେ ବିଶ୍ୱାସ କରେ। ପୃଥିବୀକୁ ଶାନ୍ତି,ଅହିଂସା ଓ ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିବାରେ ଭାରତ ଆଗୁଆ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୋମବାର ରାଜସ୍ଥାନର ପାଲିରେ ଜୈନାଚାର୍ଯ୍ୟ ବିଜୟ ବଲ୍ଲଭ ସୁରିଶ୍ୱର ମହାରାଜଙ୍କ ୧୫୧ ତମ ଜୟନ୍ତୀ ଉପଲକ୍ଷେ ଷ୍ଟାଚ୍ୟୁ ଅଫ୍‌ ପିସ୍‌ର ଲୋକାର୍ପଣ କରି ମୋଦି ଏଭଳି କହିଛନ୍ତି। ମୋଦି ଭିଡ଼ିଓ କନଫରେନ୍ସିଂରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୃଥିବୀ ପୁଣିଥରେ ଶାନ୍ତି ଏବଂ ଭାଇଚାରା ପାଇଁ ଭାରତ ଉପରେ ଆଶା ପ୍ରକଟ କରିଥିବା କହିଛନ୍ତି। ଭାରତକୁ ଆତ୍ମନିର୍ଭର କରିବା କ୍ଷେତ୍ରରେ ସୁରିଶ୍ୱର ମହାରାଜ କାର୍ଯ୍ୟ କରିଥିଲେ। ସେ ପଞ୍ଜାବ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଭାରତୀୟ ସଂସ୍କାରକୁ ଗୁରୁତ୍ୱ ଦେଉଥିବା ଶିକ୍ଷାନୁଷ୍ଠାନ ସ୍ଥାପିତ କରିଥିଲେ। ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷା ସମାପ୍ତ କରି ବହୁ ଶିକ୍ଷାର୍ଥୀ ଦେଶର ବିକାଶ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଥିବା ମୋଦି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.