banner
Breaking

ଆୟୁର୍ବେଦ ଆମ ପରମ୍ପରା : ମୋଦୀ

0

ନୂଆଦିଲ୍ଲୀ,୧୩ ।୧୧: ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨ଟି ଆୟୁର୍ବେଦ ସଂସ୍ଥାନକୁ ସମର୍ପିତ କରିଛନ୍ତିି । ଗୁଜରାଟ ଜାମନଗରର ଆୟୁର୍ବେଦ ଅଧ୍ୟାପନ ଏବଂ ଅନୁସନ୍ଧାନ ସଂସ୍ଥାନ ଓ ଜୟପୁରର ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥାନର ଉଦ୍‌ଘାଟନ କରିଛନ୍ତି ମୋଦି । ଏହି ସମୟରେ ମୋଦି କରୋନା ମହାମାରୀ ସହ ଲଢିବାକୁ ଆୟୁର୍ବେଦର ଥିବା ମହତ୍ୱ ଓ ଲାଭ ବିଷୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ପାରମ୍ପାରିକ ଔଷଧର ଗବେଷଣାକୁ ମଜଭୁତ କରିବାକୁ ଭାରତରେ ପାରମ୍ପିକ ଚିକିତ୍ସା ଉପରେ ଗ୍ଲୋବାଲ ସେଣ୍ଟର ପ୍ରତିଷ୍ଟା କରିବାକୁ ଯାଉଛି । ତେବେ ଆୟୁର୍ବେଦ ଆମର ପରମ୍ପରା ବୋଲି ମୋଦି କହିବା ସହ କରୋନା ମହାମାରୀ ସମୟରେ ଏହାଦ୍ୱାରା ଲାଭ ମିଳିଛି ବୋଲି ମୋଦି ମତ ଦେଇଛନ୍ତି । କାରଣ କରୋନା ସମୟରେ ହଳଦୀ ଭଳି ଆଉ କିଛି ଆୟୁର୍ବେଦ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଛି । କରୋନା ସମୟରେ ଆୟୁର୍ବେଦ ଯେଉଁଭଳି ସାହାଯ୍ୟ କରିଛି ତାହା ଆଜି ବିଶ୍ୱ ଦରବାରରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଭ୍ୟାକ୍ସିନ ପ୍ରସ୍ତୁତ ଚାଲିଥିବା ବେଳେ ଅନ୍ୟପଟେ କରୋନା ପାଇଁ ଆୟୁର୍ବେଦ ମେଡିସିନକୁ ନେଇ ମଧ୍ୟ ଗବେଷଣା ଚାଲିଛି ।

Khansweb Solution Bhubaneswar

Leave A Reply

Your email address will not be published.