ଆଜିଠାରୁ ବଦଳିବ ଏଲପିଜି ସିଲିଣ୍ଡର ଓ ରେଳ ସମୟ ସାରଣୀ ନିୟମ।

ନୂଆଦିଲ୍ଲୀ : ନଭେମ୍ବର ପହିଲା(ଆଜି)ଠାରୁ ଦେଶରେ ବଦଳିବାକୁ ଯାଉଛି କେତେକ ନିୟମ। ଏଥିରେ ଏଲ୍‌ପିଜି ସିଲିଣ୍ଡରଠାରୁ ଆରମ୍ଭ କରି ରେଳ ସମୟ ସାରଣୀ କ୍ଷେତ୍ରରେ ଲାଗୁହେବ ନୂଆ ନିୟମ। ନଭେମ୍ବର ପହିଲାଠାରୁ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି କ୍ଷେତ୍ରରେ ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କ ପାଇଁ ଡେଲିଭରି ଅ​‌ଥେଣ୍ଟିକେସନ୍‌ ‌କ‌ୋଡ୍‌(ଡିଏସି) ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଗ୍ରାହକ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି ପାଇଁ ଏକ ଓଟିପି ନମ୍ବର ପାଇବେ। ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଡିଏସିକୁ ରାଜସ୍ତାନର ଜୟପୁରରେ କାର୍ଯ୍ୟକାରୀ କରାଯିବା ପରେ ପ୍ରଥମ କରି ଏହାକୁ ଦେଶର ୧୦୦ଟି ସ୍ମାର୍ଟସିଟିରେ ଲାଗୁ କରାଯିବ। ସିଲିଣ୍ଡର ହୋମ୍‌ ଡେଲିଭରି ନେବା ସମୟରେ ଗ୍ରାହକ ପ୍ରଥମେ‌ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଏକ କୋଡ୍‌ ପାଇବେ। ଯେତେବେଳେ ଗ୍ରାହକ ଓଟିପି ନମ୍ବର ‌ସୁନିଶ୍ଚିତ କରିବେ ସେ‌େ‌‌ତବେଳେ ତାଙ୍କ ନିକଟରେ ସିଲିଣ୍ଡର ଡେଲିଭରି ହୋଇଯିବ । ଆସନ୍ତାକାଲିଠାରୁ ଉଚ୍ଚ ସୁରକ୍ଷା ବିଶି‌ଷ୍ଟ ପଞ୍ଜିକରଣ ପ୍ଳେଟ୍‌ ଏବଂ କଲର କୋଡ୍‌ ବିଶିଷ୍ଟ ଷ୍ଟିକର ବ୍ୟବହାର ଭଳି ଆଉ ଏକ ନୂଆ ନିୟମ ଲାଗୁ ହେବ। ଏହି ଅନୁଯାୟୀ, ଅନ୍‌ଲାଇନ୍‌ରେ ପହିଲାଠାରୁ ଉଚ୍ଚ ସୁରକ୍ଷା ବିଶି‌ଷ୍ଟ ପଞ୍ଜିକରଣ ପ୍ଳେଟ୍‌ ଏବଂ କଲର କୋଡ୍‌ ବିଶିଷ୍ଟ ଷ୍ଟିକର ବୁକିଂ ଆରମ୍ଭ ହେବ। ସିଆମ୍‌ ଜରିଆରେ ୟୁଆର୍‌ଏଲ୍‌‌‌ରେ ଏହାର ବୁକିଂ ଉପଲବ୍‌ଧ ହେବ । ସେହିଭଳି ପହିଲାଠାରୁ ଇଣ୍ଡେନ୍‌ ଗ୍ୟାସ୍‌ ବୁକିଂ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଥିରେ ଗ୍ୟାସ୍‌ ବୁକିଂ କରିବା ପାଇଁ ଆଉ ପୁରୁଣା ନମ୍ବର ଗ୍ରହଣୀୟ ହେବ ନାହିଁ। ଏଲପିଜି ରିଫିଲ ବୁକିଂ ପାଇଁ କମନ ବୁକିଂ ନମ୍ୱର ୭୭୧୮୯୫୫୫୫୫ କାର୍ଯ୍ୟ ଆରମ୍ଭ କରିବ। ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ ପହିଲାଠାରୁ ଦେଶବ୍ୟାପୀ ରେଳ ଚଳାଚଳ କ୍ଷେତ୍ରରେ ନୂଆ ସମୟସାରଣୀ ଆରମ୍ଭ କରିବାକୁ ଯାଉଛି । ପୂର୍ବରୁ ଏହାକୁ ଅକ୍ଟୋବର ୩୧ ଠାରୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏବେ ଏହାକୁ ନଭେମ୍ବର ପହିଲାଠାରୁ ଲାଗୁ କରାଯାଇଛି।