banner
Breaking

ଚୀନକୁ ଭାରତର କଡା ଜବାବ।

0

ଲେହ, ୩।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସ୍ଥିତିର ସମୀକ୍ଷା ପାଇଁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଲଦାଖର ଲେହରେ ପହଞ୍ଚିଛନ୍ତି। ସେ ଫିଲ୍ଡ କମାଣ୍ଡରଙ୍କ ସହିତ ଆଲୋଚନା କରିଛନ୍ତି। ଏଲ୍‌ଏସିରେ ଭାରତୀୟ ସେନାର ପ୍ରସ୍ତୁତି କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୯-୩୦ରେ ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ ଚାଇନା ସୈନ୍ୟ ଅନୁପ୍ରବେଶ କରୁଥିଲେ। ତେବେ ଏହାକୁ ଭାରତୀୟ ସେନା ପକ୍ଷରୁ ପଣ୍ଡ କରିଦିଆଯାଇଥିଲା। ଭାରତୀୟ ସେନା ଏଠାରେ ଥିବା ଚାଇନାର ସର୍ଭେଲାନ୍ସ୍‌ ସିଷ୍ଟମ୍‌ ଏବଂ କ୍ୟାମେରାକୁ ଭାଙ୍ଗିଦେଇଥିଲେ। ଏହା ସହିତ ବ୍ଲାକ୍‌ ଟପ୍‌ ପୋଷ୍ଟ ଉପରେ ଭାରତୀୟ ସେନା କବ୍‌ଜା ମଧ୍ୟ କରିଥିଲେ। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଥିବାବେଳେ ଚାଇନା ସୈନ୍ୟ ବିଭାଗ ଏହାର ବାରମ୍ବାର ଉଲ୍ଲଂଘନ କରି ଅନୁପ୍ରବେଶ ଉଦ୍ୟମ କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.