banner
Breaking

ଭାରତରେ ୨୦୨୦ ଜନଗଣନା ବନ୍ଦ ହୋଇପାରେ।

0

ନୂଆଦିଲ୍ଲୀ, ୩୧।୮-: ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମେତ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସଂଶୋଧନ କାର୍ଯ୍ୟ ଚଳିତ ବର୍ଷ ହେବାକୁ ସ୍ଥିର ହୋଇଥିଲା। ତେବେ କରୋନା ମହାମାରୀ ଯୋଗୁ ଏହା ବିଳମ୍ବିତ ହୋଇଛି। ମହାମାରୀ କମିବାର ନଁ। ନେଉ ନ ଥିବାରୁ ଉପରୋକ୍ତ କାର୍ଯ୍ୟ ଗୋଟିଏ ବର୍ଷ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଭାରତର ଜନଗଣନା ହେଉଛି ବିଶ୍ୱର ଅନ୍ୟତମ ସର୍ବବୃହତ୍‌ ପ୍ରଶାସନିକ ଓ ପରିସଂଖ୍ୟାନ କାର୍ଯ୍ୟ। ଏଥିରେ ୩୦ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥାନ୍ତି। ସେମାନେ ସାରା ଦେଶରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିଥାନ୍ତି। ଏବେ ଜନଗଣନା ଜରୁରୀ ନୁହେଁ। ଏଥିରେ ବର୍ଷେ ବିଳମ୍ବ ହେଲେ କିଛି କ୍ଷତି ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୨୧ ଜନଗଣନାର ପ୍ରଥମ ପର୍ଯ୍ୟାୟ ଏବଂ ଏନ୍‌ପିଆର୍‌ ସଂଶୋଧନ କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତେବେ ଏହା ଏକପ୍ରକାର ନିଶ୍ଚିତ ଯେ, କରୋନା ଯୋଗୁ ଚଳିତ ବର୍ଷ ଉକ୍ତ କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ।
ସୂଚନାଯୋଗ୍ୟ ଜନଗଣନା ପାଇଁ ଗୃହଗଣନା କାର୍ଯ୍ୟ ଚଳିତ ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ କରୋନା ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ସେହିପରି ଜନଗଣନା କାର୍ଯ୍ୟ ୨୦୨୧ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥାନ୍ତା। ତୁଷାରପାତ ହେଉଥିବା ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡରେ ଚଳିତ ବର୍ଷ ଅକ୍ଟୋବର ୧ରୁ ଜନଗଣନା ଆରମ୍ଭ କରିବାକୁ ସ୍ଥିର ହୋଇଥିଲା। ଲକ୍ଷ ଲକ୍ଷ କର୍ମଚାରୀ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବାରେ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥିବା ଜଣେ ଅଧିକାରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.