banner
Breaking

ଭାରତର ଉତ୍ତର ପୂର୍ବାଞ୍ଚଳରେ ଭୂକମ୍ପ।

0

ଗୁଆହାଟୀ ,୨୫/୫ (ବ୍ୟୁରୋ): ଆଜି ଅପରାହ୍ନ ୧.୧୫ ମିନିଟରେ  ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିନାହିଁ । ମଣିପୁରରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଥିବା ସୂଚନା ମିଳିଛି । ସେହିପରି  ଆସାମ, ମେଘାଳୟ, ମିଜୋରାମ୍, ମଣିପୁର, ନାଗାଲାଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଛି । ସେହିପରି କିଛି ସ୍ଥାନରେ ଏହା ୫.୨ ମପାଯାଇଥିବା ଜଣାପଡ଼ିଛି ।ସୂଚନାଯୋଗ୍ୟ ଯେ ଗତ ୨ ମାସ ମଧ୍ୟରେ ଉତ୍ତର ଭାରତରେ ୩ ଥର ଭୂକମ୍ପ ଅନୁଭୂତ ହୋଇଛି । କରୋନା ଲକ୍ଡ଼ାଉନ ସମୟରେ କେବଳ ଦିଲ୍ଲୀରେ ୩ ଥର ଭୂମିକମ୍ପ ହୋଇଛି । ସେହିପରି ଗତକାଲି ଆଣ୍ଡାମାନ ନିକୋବର ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.