banner
Breaking

ମତ୍ସ୍ୟଜୀବୀ ଓ ଚାଷୀଙ୍କ ପାଇଁ ଲକଡାଉନ୍ କୋହଳ।

0

ନୂଆଦିଲ୍ଲୀ,୧୧/୪(ବ୍ୟୁରୋ): ଲକ୍‌ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଆସିଛି। ଲକ୍ ଡାଉନ୍ କଟକଣାରୁ ମତ୍ସ୍ୟ ଚାଷକୁ ବାଦ୍‌ ଦେଇଛନ୍ତି କେନ୍ଦ୍ର ସରକାର। ସମୁଦ୍ରରେ ମାଛ ଧରିବା ଏବଂ ମତ୍ସ୍ୟ ପାଳନ ଉଦ୍ୟୋଗରେ ଲକ୍‌ଡାଉନ୍‌ କଟକଣା ଲାଗିବ ନାହିଁ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି ହୋଇଛି।

ଏହି ଅନୁସାରେ ଏଣିକି ମାଛ ଧରିବାକୁ ସମୁଦ୍ରକୁ ଯାଇପାରିବେ ମତ୍ସ୍ୟଜୀବୀ। ସେହିପରି ମାଛ ଚାଷ କରୁଥିବା ବ୍ୟକ୍ତି ମଧ୍ୟ ଏ ସଂକ୍ରାନ୍ତୀୟ ସବୁ କାମ କରିପାରିବେ। ଚିଙ୍ଗୁଡ଼ି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରି ପରିଚାଳନା କାମ ବି ହୋଇପାରିବ।

ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ। ମତ୍ସ୍ୟ ଶିଳ୍ପ ସହ ସଂପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ୱାଭାବିକ ରହିବ। ତେବେ ଏହି କାର୍ଯ୍ୟ ଚାଲିବାବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.