banner
Breaking

ଘରଭଡା କୋହଳ କରିବେ ମାଲିକ। ବେସରକାରୀ ସ°ସ୍ଥା ମଜୁରୀ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ।

0

ନୂଆଦିଲ୍ଲୀ,୩୦ା୩: କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ନିଯୁକ୍ତିଦାତାମାନେ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ମଜୁରି ପ୍ରଦାନ କରିବେ। ସେମାନଙ୍କ ଦରମାରୁ କାଟଛାଣ୍ଟ କରିବା ଅନୁଚିତ ବୋଲି ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିପରି ଶ୍ରମିକ, ଦିନ ମଜୁରିଆ ଶ୍ରେଣୀର ଭଡ଼ାଟିଆଙ୍କଠାରୁ ଘର ମାଲିକମାନେ ମଧ୍ୟ ଘରଭଡ଼ା ମାଗିବା ଉପରେ କଟକଣା ଜାରି କରାଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ଲକ୍‌ଡାଉନ୍‌ ଅବଧି ମଧ୍ୟରେ ଶିଳ୍ପ, ଦୋକାନ ଓ ବ୍ୟବସାୟିକ ସଂସ୍ଥାର ସମସ୍ତ କର୍ମଜୀବୀଙ୍କ ପାଉଣା ନ କାଟି ମାଲିକମାନେ ସମ୍ପୂର୍ଣ୍ଣ ଦେୟ ଉଚିତ ସମୟରେ ପ୍ରଦାନ କରିବେ। କୌଣସି ଘର ମାଲିକ ଶ୍ରମିକ ଓ ଛାତ୍ରୀଛାତ୍ରଙ୍କୁ ଘର ଛାଡ଼ିବା ପାଇଁ ବାଧ୍ୟ କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୧୦(୨)(୧) ବଳରେ ସମ୍ପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭିନ୍ନ ସହରର ଦାଦନ ଶ୍ରମିକମାନେ ସେମାନଙ୍କ ଗାଁ ଅଭିମୁଖେ ଯିବା ପାଇଁ ସଂଗ୍ରାମ କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସ୍ବରାଷ୍ଟ୍ର ସଚିବଙ୍କ ଦସ୍ତଖତ ସମ୍ବଳିତ ଏହି ନିର୍ଦ୍ଦେଶନାମା ରବିବାର ଅପରାହ୍ନରେ ଜାରି କରାଯାଇଛି। ଲକ୍‌ଡାଉନ୍‌ ବେଳେ ଶ୍ରମିକମାନେ ଯେପରି ସରହଦ ଅତିକ୍ରମ କରି ଅନ୍ୟତ୍ର ପଳାୟନ ନ କରନ୍ତି ସେଥିଲାଗି ରାଜ୍ୟଗୁଡ଼ିକର କର୍ତ୍ତୃପକ୍ଷମାନେ ରାଜ୍ୟ ତଥା ଜିଲା ସୀମା ବନ୍ଦ ପାଇଁ ସୁନିଶ୍ଚିତ କରିବେ ବୋଲି ଏଥିରେ ଉଲ୍ଲେଖ ରହିଛି। ପ୍ରକାଶ ଯେ, ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଗତ ୨୩ ତାରିଖରେ ଉଭୟ ସରକାରୀ ଓ ଘରୋଇ ନିଯୁକ୍ତିଦାତାଙ୍କ ସକାଶେ ଏକ ଆଡ୍‌ଭାଇଜରି ଜାରି କରାଯାଇଥିଲା। ଲକ୍‌ଡାଉନ୍‌ ବେଳେ କର୍ମଚାରୀମାନଙ୍କୁ ଛଟେଇ ନ କରିବା ଓ ସେମାନଙ୍କ ଦରମା ନ କାଟିବା ପାଇଁ ଏଥିରେ ଉଲ୍ଲେଖ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.