banner
Breaking

ଭାରତରେ ମୃତ୍ୟୁ ସ°ଖ୍ୟା ୫ରେ ପହଞ୍ଚିଲା।

0

ରାଜସ୍ଥାନ,୨୦ ।୩: ସାରା ବିଶ୍ୱରେ କରୋନାର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ଦେଶରେ ଏହା ପଞ୍ଚମ ମୃତ୍ୟୁ । ଜୟପୁରରେ କରୋନା ସଂକ୍ରମିତ ମହିଳା ଜଣକ ଶେଷରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଜଣେ ୬୯ ବର୍ଷୀୟ ଇଟାଲୀୟ ମହିଳା କରୋନାରେ ସଂକ୍ରମିତ ହୋଇ ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସେହିପରି ଗତକାଲି ପଞ୍ଜାବରେ ଚତୁର୍ଥ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା । ମହାରାଷ୍ଟ୍ରରେ ଆଉ ୩ଟି ନୂଆ ରୋଗୀ ଚିହ୍ନଟ ହେବା ଫଳରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୦୩କୁ ବୃଦ୍ଧି ପାଇଛି ।

Khansweb Solution Bhubaneswar

Leave A Reply

Your email address will not be published.