banner
Breaking

ସିଏସ୍‌ଆଇଅଆର୍‌-ଆଇଏମ୍‌ଏମ୍‌ଟିର ୫୮ତମ ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର : ଭୁବନେଶ୍ୱର ସିଏସ୍‌ଆଇଆର୍ ଆଇଏମ୍‌ଏମ୍‌ଟି ଅଡିଟୋରୀୟମ୍‌ଠାରେ ଆଜି ଏହାର ୫୮ତମ ପ୍ରତିଷ୍ଠା ଦିବସ ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଯାଇଛି । ସିଏସ୍‌ଆଇଆର୍ ମହାନିର୍ଦ୍ଦେଶକ ତଥା ଡିଏସ୍‌ଆଇଆରର ସଚିବ ଡ଼ ଶେଖର ଚନ୍ଦ୍ର ମାଣ୍ଡେ ମୁଖ୍ୟ ଅତିଥି ଭାବେ ଭିଡିଓ ସହାୟତାରେ ଯୋଗ ଦେଇଥିଲେ । ସିଏସ୍‌ଆଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ଏସ୍‌. ବାସୁ, ପ୍ରତିଷ୍ଠା ଦିବସର ଅଧ୍ୟକ୍ଷ ଡ଼ ଏ.କେ. ସାହୁ, ବହୁ ବୈଜ୍ଞାନିକ, ଅଧିକାରୀ ଓ ଆଇଏମ୍‌ଏମ୍‌ଟିର କର୍ମଚାରୀମାନେ ଭିଡିଓ କନଫେରେନ୍ସି ମାଧ୍ୟମରେ ଯୋଗ ଦେଇଥିଲେ ।
ଏହି ପ୍ରତିଷ୍ଠା ଦିବସ ଅବସରରେ ପ୍ରଫେସର ଏସ୍‌. ବାସୁ ୨୦୨୦-୨୦୨୧ର ବାର୍ଷିକ ରିପୋର୍ଟ ଏବଂ ‘ଅଭିଭ୍ୟକ୍ତି’ ନାମକ ହିନ୍ଦି ପତ୍ରିକା ଉନ୍ମୋଚନ କରିଥିଲେ ।
ଶ୍ରୀ ବାସୁ କହିଥିଲେ ଆଇଏମ୍‌ଏମ୍‌ଟି ୧୬୫ଟି ପ୍ରକଳ୍ପ ସହ ୮୩ଟି ନୂତନ ପ୍ରକଳ୍ପରେ କାମ କରିବାରେ ସକ୍ଷମ ହୋଇପାରିଛି । ଯାହା ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ୩୧ କୋଟିର ଆର୍ଥିକ ଅନୁଦାନ ପ୍ରାପ୍ତ । ଏହି ମହାମାରୀ ପରିସ୍ଥିତିରେ ଆଇଏମ୍‌ଏମ୍‌ଟି, କୋଭିଡ୍‌-୧୯ ଜନିତ ବହୁ ସହାୟକ ଉପକରଣ ମଧ୍ୟ ବିକଶିତ କରିଥିଲା । ଲୁହାପଥର ହାଇଡ୍ରୋଲିକ୍ ପରିବହନ ପାଇଁ ବିଭାଗ ସଫଳତାର ସହ ଏକ ସ୍ଲୋରି ପାଇଲଟ୍ ପ୍ଲାନ୍ଟ ଟେଷ୍ଟ ସୁବିଧାର ବିକାଶ କରିଛି । ସେ ସଚ୍ଚୋଟ ଏବଂ ନିଷ୍ଠାର ସହ କାର୍ଯ୍ୟ କରିଥିବାରୁ ସମସ୍ତ ବୈଜ୍ଞାନିକ, ବୈଷୟିକ ଓ ପ୍ରଶାସନିକ କର୍ମଚାରୀ ଓ ଛାତ୍ରଙ୍କୁ ଏହି ଦିବସ ଅବସରରେ ଧନ୍ୟବାଦ ଜଣାଇଛନ୍ତି ।
କାର୍ଯ୍ୟକ୍ରମରେ ଉପସ୍ଥିତ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ମହାନିର୍ଦ୍ଦେଶକ ଡ଼ ମାଣ୍ଡେ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ‘ୟୁନିକ୍ ସ୍କୋପ୍‌’ ନାମିରେ ଏକ ସ୍ଲାଇଡ୍ ପ୍ରସ୍ତୁତ କରି ଆଇଏମ୍‌ଏମ୍‌ଟି ସଫଳତା ଏବଂ ଭବିଷ୍ୟତ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ । ସିଏସ୍‌ଆଇଆର୍ କୋଭିଡ୍ ପୂର୍ବରୁ ଏବଂ ପରବର୍ତୀ ସମୟରେ ଏହାର ଅବଦାନ ଜାରି ରଖିଛି ବୋଲି କହିଥିଲେ । ସିଏସ୍‌ଆଇଆର୍ ହସ୍ତସୁରକ୍ଷା ଅନ୍ତର୍ଗତ ପାଦ ଚାଳିତ ୱାସ୍ ବେସିନ୍‌, ସେନ୍ସର ଜନିତ ସାନିଟାଇଜର, ଡଇସପେନସରି, ଡିସ୍‌ଇନ୍‌ଫେକ୍ଟେଡ୍ ସ୍ପ୍ରେ ଜିଭାନ୍ସି, ମୃତକଙ୍କ ପାଇଁ କୋଫିନ୍ ଇତ୍ୟାଦି ପ୍ରସ୍ତୁତ କରିଥିଲା । ଭବିଷ୍ୟତରେ ହାଇ ଅଲ୍ଟିଟୁଡ୍ ଲଙ୍ଗ୍ ଏନ୍‌କ୍ଲିଓରାନ୍ସ(ଏଚ୍‌ଏଏଲ୍‌ଇ) ପ୍ଲାଟ୍‌ଫର୍ମ ସିଷ୍ଟମ ଉପରେ କାର୍ଯ୍ୟ କରିବାର ଯୋଜନା ରହିଛି ବୋଲି ସେ କହିଥିଲେ ।
ଏହି ଅବସରରେ ଦୁଇଟି ବୈଷୟିକ ସ୍ଥାନାନ୍ତର ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଇଣ୍ଡିଆନ୍ ପ୍ଲାନ୍ଟ ଫିଡ୍‌, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧିନରେ ଆସୁଥିବା କଟକର ଏକ ସଂସ୍ଥା ପଟାସ ଯୁକ୍ତ ବାୟଚାରଫର୍ମ ୱେଷ୍ଟ ବାୟୋମାସ ଉପରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ବିକଷିତ ଟେକ୍ନଲୋଜୀ ଗ୍ରହଣ କରିବାକୁ ରାଜି ହୋଇଛନ୍ତି । ଆଇଏମ୍‌ଏମ୍‌ଟିର ଏହି ୫୮ତମ ପ୍ରତିଷ୍ଠା ଦିବସରେ ଇଣ୍ଡିଆନ୍ ପ୍ଲାନ୍ଟ ଫିଡ୍ସର ପ୍ରେପାଇଟର ଶ୍ରୀମତୀ ରେଣୁବାଳା ଘୋଷ ପ୍ରଯୁକ୍ତ ବିଦ୍ୟା ସ୍ଥାନାନ୍ତର ସହ ଲାଇସେନ୍ସ ପାଇଁ ଚୁକ୍ତିନାମା କରିଛନ୍ତି ।
ଅନ୍ୟ ଏକ ଚକ୍ଷୁ ଆଇ ଅନପେଲେଟ୍ ଟେକ୍ନୋଲୋଜୀ ହେଉଛି ଏକ ପେଲେଟାଇଜେସନ୍ ଡିସ୍କ କନ୍ଟ୍ରୋଲ ସିଷ୍ଟମ, ଏହା ପ୍ରୋନ୍ସ୍ ଇଞ୍ଜିନିୟରିଂ ଓ ଇନ୍ଟୁମେସନ୍ ବିଭାଗ ଦ୍ୱାରା ବିକଶିତ । ଏହି ମହାମାରୀ ସମୟରେ ଭର୍ଚୁଆଲ ମାଧ୍ୟମରେ ଆଇଏମ୍‌ଏମ୍‌ଟି ବୈଷୟିକ ସହାୟତା ପ୍ରଦାନ କରିଥିଲା । ଆଜି ଆନୁଷ୍ଠାନିକ ଭାବେ ଟେକ୍ନଲୋଜୀ ସ୍ଥାନାନ୍ତରର ଚୁକ୍ତିନାମା ଏସ୍‌ଭିଏନ୍‌ଟି, ହାଇଦ୍ରବାଦର ନିର୍ଦ୍ଦେଶକ ସଞ୍ଜିବ ଆର୍‌. ଦେଶାଇଙ୍କୁ ପ୍ରଦାନ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.