banner
Breaking

ନୀତି ନୈତିକତା ସହାନୁଶୀଳତା ସଫଳ ନେତୃତ୍ୱର ଚାବିକାଠି – ଭାରତୀୟ ସାଧାରଣ ପ୍ରଶାସନ ଅନୁଷ୍ଠାନ ଆଞ୍ଚଳିକ ଶାଖା ଓଡିଶା ପକ୍ଷରୁ ଓ୍ବେବନାର

0

ଭୁବନେଶ୍ୱର:ଭାରତୀୟ ସାଧାରଣ ପ୍ରଶାସନ ଅନୁଷ୍ଠାନ ଆଞ୍ଚଳିକ ଶାଖା ଓଡିଶା ପକ୍ଷରୁ ଓ୍ବେବିନାର ମାଧ୍ୟମରେ ନେତା ନିର୍ମାଣ ସହିତ ଜିତିବାର ଅଭ୍ୟାସ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଭାଗୀମାନେ ଯୋଗଦାନ କରିଥିଲେ ।
ଓଡିଶା ଶାଖାର ଅଧ୍ୟକ୍ଷ ଡ.ଅରୁଣ କୁମାର ରଥ ସମସ୍ତଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖି କହିଥିଲେ ଏକବିଂଶ ଶତାବ୍ଦୀରେ ସାଧାରଣ ପ୍ରଶାସକଙ୍କ ମଧ୍ୟରେ ନେତୃତ୍ୱର ଗୁରୁତ୍ୱ ରହିବା ଆବଶ୍ୟକ । ନୀତି ନୈତିକତା ସ୍ୱଚ୍ଛତା ସହାନୁଶୀଳତା ହେଉଛି ସଫଳ ନେତୃତ୍ୱର ଚାବିକାଠି । ଏହା ସମସ୍ତଙ୍କୁ ପ୍ରଭାବିତ କରିପାରିବ । କୌଣସି ଲକ୍ଷ୍ୟ ପୂରଣ ଦିଗରେ ସଫଳ ନେତୃତ୍ୱ ଓ ଗୋଷ୍ଠିଗତ କାର୍ଯ୍ୟକଳାପ
ଏକାନ୍ତ ଅପରିହାର୍ଯ୍ୟ । ଜାତିର ପିତା ମହାତ୍ମାଗାନ୍ଧୀ ହେଉଛନ୍ତି ସଫଳ ନେତୃତ୍ୱର ଜ୍ୱଳନ୍ତ ଉଦାହରଣ ଓ ଆଗାମୀ ପିଢିର ଆଦର୍ଶ । ଶାନ୍ତି ଅହିଂସା ,ନୀତି,ନୈତିକତା ଓ ଆଦର୍ଶ ପାଇଁ ସେ ଲୋକଙ୍କ ପାଖରେ ଚିରସ୍ମରଣୀୟ
ହୋଇପାରିଛନ୍ତି । ତେଣୁ ପ୍ରଶାସନ କ୍ଷେତ୍ରରେ ସମସ୍ତ ପ୍ରଶାସକମାନଙ୍କୁ ମହାତ୍ମାଗାନ୍ଧୀଙ୍କ ପଥ ଅନୁସରଣ କରିବାକୁ ପଡିବ । ଜନସାଧାରଣ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପଡିବ । ଜଣେ ସଫଳ ପ୍ରଶାସକ ହେବା ପାଇଁ ଦୃଢ ଇଚ୍ଛାଶକ୍ତି ,ସାହସ,ସତ୍ୟ,ନିଷ୍ଠା,ଆତ୍ମ-
ସଚେତନତା,ସହାନୁଭୂତି ,ସମ୍ମାନ,ସ୍ୱଚ୍ଛତା ଏବଂ ଲୋକ ସଂପର୍କର ଆବଶ୍ୟକତା ରହିଛି ବୋଲି ଡ.ରଥ କହିଥିଲେ । ସେହିପରି ତାମିଲନାଡୁ ମନୋମୋନିୟମ ସୁନ୍ଦରନୟର ବିଶ୍ୱ
ବିଦ୍ୟାଳୟର ପୂର୍ବତନ କୂଳପତି କୁଷ୍ଣନ୍ ଭାଷ୍କର କହିଥିଲେ ସମୁହ ନେତୃତ୍ୱ ନେବା ପାଇଁ କାର୍ଯ୍ୟ ଦକ୍ଷତାକୁ ବଢାଇବା ସହିତ କର୍ମଚାରୀମାନଙ୍କୁ ସମ୍ବୋଦ୍ଧନ କରି ସହାନୁଭୂତି ଦେଖାଇବା ଆବଶ୍ୟକ । ସେ ଆହୁରି କହିଥିଲେ ସଫଳ
ନେତୃତ୍ୱ ପାଇଁ ଶୃଙ୍ଖଳିତ ଓ ସହାନୁଭୂତି ରହିବା ଦରକାର । ସେ ଦୀନ ଦୟାଲଙ୍କ ନବରସର ବ୍ୟାଖା କରିବା ସହିତ ଅନୁସରଣ
କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନ ଉପରେ ବିସ୍ତୁତ ଭାବରେ ଆଲୋଚନା କରାଯାଇଥିଲା । ଆଞ୍ଚଳିକ ଶାଖା ଭୁବନେଶ୍ୱରର ସମ୍ପାଦକ ଅଶୋକ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା
ବେଳେ କୋଷାଧ୍ୟକ୍ଷ ବି.ସି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.