banner
Breaking

୧୨ ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

0

ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ୧୨ଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଡବଲ୍‌ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶଣ ନିମନ୍ତେ ଅନୁମତି ମିଳିବ। ପରିଚୟ ପତ୍ର ଦେଖାଇ ୧୫ ବର୍ଷ ବୟସରୁ କମ୍‌ର ଶିଶୁ ମନ୍ଦିର ପ୍ରବେଶ କରିପାରିବେ। ହେଲେ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଲାଗି ବାରଣ କରାଯାଇଛି। ସେହିଭଳି କେହି ଭଗବାନଙ୍କ ନିକଟରେ ଭୋଗ ମଧ୍ୟ ଲଗାଇପାରିବେ ନାହିଁ।

ଲିଙ୍ଗରାଜ ମନ୍ଦିରକୁ ଶହେ ଭକ୍ତ ପ୍ରବେଶ କରିପାରିବେ। ଟିକାର ଦୁଇଟି ଯାକ ଡୋଜ ନେଇଥିବା ମନ୍ଦିର ପୂଜକ ଏବଂ ସେବାୟତ ହିଁ ମନ୍ଦିରରେ ରହିବେ। ମନ୍ଦିରରେ ପ୍ରବେଶ ସମୟରେ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ। ସାମାନ୍ୟ କରେନା ଲକ୍ଷଣ ଥିଲେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ। ସେହିଭଳି ବୃଦ୍ଧ ଏବଂ ଗର୍ଭବତୀଙ୍କୁ ମନ୍ଦିର ନ ଯିବାଲାଗି ପରାମର୍ଶ ଦିଆଯାଇଛି। ଫେବୃୟାରୀ ୨୮ ଯାଏ ନିୟମ ବଳବତ୍ତର ରହିବ ବୋଲି ବିଏମ୍‌ସିର ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.