banner
Breaking

ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ।

0

ଭୁବନେଶ୍ବର,୧୦/୭(ଓଡ଼ିଆ ନ୍ୟୁଜ): କରୋନା ମହାମାରୀର ପ୍ରଭାବ ଭିତରେ ପରୀକ୍ଷା, ଖାତାଦେଖା ଓ ମୂଲ୍ୟାୟନ ସାରି ଶେଷରେ
ଆଜି ଆଇସିଏସଇ (ଦଶମ) ଏବଂ ଆଇଏସସି ( ଦ୍ବାଦଶ) ପରୀକ୍ଷା ଫଳ ଘୋଷଣା କରାଯାଇଛି। ଅପରାହ୍ନ ୩ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିବା ‌ବେଳେ ଦେଶରେ ଆଇସିଏସଇର ପାସ ହାର ଗତବର୍ଷଠାରୁ ବୃଦ୍ଧି ପାଇଥିବା ଦେଖାଯାଇଛି । ଚଳିତ ବର୍ଷ ଆଇସିଏସଇ ଦଶମ ଶ୍ରେଣୀର ପାସ୍ ହାର ୯୯.୩୩% ଓ ଆଇଏସସି ଦ୍ବାଦଶ ଶ୍ରେଣୀର ପାସ୍ ହାର ୯୬.୮୪% ଥିବା ବେଳେ ଗତ ବର୍ଷ ଆଇସିଏସଇର ପାସ ହାର ୯୮.୫୪% ଏବଂ ଆଇଏସସି ପାସ୍ ହାର ୯୬.୫୨% ରହିଥିଲା ।
ଚଳିତ ବର୍ଷ ଆଇସିଏସ୍ଇର ମୋଟ ୨,୦୬,୫୨୫ ଜଣ ଛାତ୍ର-ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧,୩୭୭ ଜଣ ଛାତ୍ର-ଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ଆଇଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୫,୬୧୧ଜଣ ପାସ କରିଥିବା ବେଳେ ୨,୭୯୮ଜଣ ଛାତ୍ର-ଛାତ୍ରୀ ଫେଲ ହୋଇଛନ୍ତି। କୋଭିଡ ପରିସ୍ଥିତି ପାଇଁ ଚଳିତ ବର୍ଷ ସିଆଇଏସସିଇ ଆଇସିଏସଇ କିମ୍ବା ଆଇଏସସିର ମେଧା ତାଲିକା ପ୍ରକାଶ କରାଯିବ ନାହିଁ ବୋଲି ସିଆଇଏସସିଇର ମୁଖ୍ୟ କାର୍ୟ୍ୟନିର୍ବାହୀ ତଥା ସଚିବ ଗେରି ଆରାଥନ୍ କହିଛନ୍ତି।
ଯଦି କୌଣସି ଛାତ୍ର-ଛାତ୍ରୀ ପୁନଃ ମୂଲ୍ୟାଙ୍କନ କରିବା ପାଇଁ ଚାହୁଁଥିବେ, ତେବେ ସେମାନେ www.cisce.orgରେ ଆବେଦନ କରି ପାରିବେ । ଆଇସିଏସଇ ଏବଂ ଆଇଏସସି ଛାତ୍ର-ଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାଙ୍କନ ରାଶି ୧,୦୦୦ଟଙ୍କା ରଖାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.