banner
Breaking

ଅଫଲାଇନରେ ହେବ ଦଶମ ଦ୍ବାଦଶ ପରୀକ୍ଷା।

0

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ସ(ସିଆଇଏସ୍‌ସିଇ) ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଏ ନେଇ ଶନିବାର ସିଆଇଏସ୍‌ସିଇ ପକ୍ଷରୁ ଘୋଷଣା କରାଯାଇଛି। ଏଥି ସହିତ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛି। ଆଇସିଏସ୍‌ଇ ଦଶମ ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ। ସେହିପରି ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ନଭେମ୍ବର ୧୨ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ପୂର୍ବରୁ ଦଶମ ପରୀକ୍ଷା ନଭେମ୍ବର ୧୫ରୁ ଦ୍ୱାଦଶ ପରୀକ୍ଷା ନଭେମ୍ବର ୧୬ରୁ ଆରମ୍ଭ ହେବାର ଥିଲା। କିନ୍ତୁ ଗତ କିଛି ଦିନ ତଳେ କାଉନସିଲ ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାକୁ ସ୍ଥଗିତ ରଖିଥିଲା।

Khansweb Solution Bhubaneswar

Leave A Reply

Your email address will not be published.