banner
Breaking

ଓମିକ୍ରନ୍ ଟେଷ୍ଟ ପାଇଁ ନୂଆ କିଟକୁ ଅନୁମତି

0

ନୂଆଦିଲ୍ଲୀ,୪/୧(ବ୍ୟୁରୋ): ସାରା ବିଶ୍ୱରେ ଦ୍ରୁତ ମାଡୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଭାରତରେ ବି ସଂକ୍ରମିତଙ୍କ ସଂଖ୍ୟା ୧୮ଶହ ପାର କଲାଣି । ଏଭଳି ସ୍ଥିତିରେ ଓମିକ୍ରନକୁ ଚିହ୍ନଟ କରିବା ପାଇଁ ପ୍ରଥମ କିଟରୁ ମଞ୍ଜୁରୀ ଦେଇଛି ଆଇସିଏମଆର୍ । ଏହାକୁ ଟାଟା ମେଡିକାଲ୍ ପ୍ରସ୍ତୁତ କରିଛି । ଏହାର ନାଁ ରଖାଯାଇଛି ଓମିସିୟୋର ।

ଟାଟା ମେଡିକାଲ ଦ୍ୱାରା ପ୍ରସ୍ତୁତ ଏହି କିଟକୁ ଡିସେମ୍ବର ୩୦ ତାରିଖରେ ମଞ୍ଜୁରୀ ମିଳିଥିଲା । ବର୍ତ୍ତମାନ ଦେଶରେ ଆମେରିକାର ଥର୍ମୋ ଫିସର ଦ୍ୱାରା ମାର୍କେଟିଂ କରାଯାଉଥିବା ମଲଟିପ୍ଲେକ୍ସ କିଟ୍ ଓମିକ୍ରନ୍ କେସ୍ ଚିହ୍ନଟ ପାଇଁ ବ୍ୟବହାର କରାଯାଉଛି । ଏବେ ଟାଟା ମେଡିକାଲର ପ୍ରସ୍ତୁତ RT-PCR ଓମିସିୟୋର ବ୍ୟବହାର କରାଯାଇ ପାରିବ ।

Khansweb Solution Bhubaneswar

Leave A Reply

Your email address will not be published.