banner
Breaking

ଆଇବିଏମ କନ୍ସଲ୍ଟିଂ ପକ୍ଷରୁ ଭୁବନେଶ୍ୱରରେ ନୂତନ କ୍ଲାଏଂଟ ଇନୋଭେଶନ ସେଂଟର ଖୋଲିଲା

0

ଭୁବନେଶ୍ୱର : ଆଇବିଏମ୍ (ଏନୱାଇଏସଇ: ଆଇବିଏମ) ଆଜି ଭାରତର ଭୁବନେଶ୍ୱରରେ ଏହାର ନୂତନ ଆଇବିଏମ କ୍ଲାଏଂଟ ଇନୋଭେଶନ ସେଂଟର (ସିଆଇସି) ଖୋଲିବାକୁ ଘୋଷଣା କରିଛି । ଦେଶର ଉଦୀୟମାନ ସହରଗୁଡିକରେ ଉପଲବ୍ଧ ବିବିଧ ତଥା ସମୃଦ୍ଧ ପ୍ରତିଭାଙ୍କ ନିକଟରେ ପହଂଚିବା ପାଇଁ ଆଇବିଏମ ପ୍ରୟାସ କରୁଛି । ଡିଜିଟାଲ ଟ୍ରାନ୍ସଫର୍ମେଶନ ଏବଂ ଏହି ଅଂଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ଏହି ସେଂଟର ଦ୍ରୁତ ଗତିରେ ଟ୍ରାକ କରିବାକୁ ସକ୍ଷମ ହେବ । ଆଇବିଏମ କନ୍ସଲ୍ଟିଂ ଏହାର ହାଇବ୍ରିଡ କ୍ଲାଉଡ ଏବଂ ଏଆଇ କନ୍ସଲ୍ଟିଂ କ୍ଷମତାକୁ ସୁଦୃଢ଼ କରି ଭାରତ ବାହାରେ ବିଶ୍ୱସ୍ତରୀୟ ଗ୍ରାହକଙ୍କୁ ପ୍ରଦାନ କରିବା ଜାରି ରଖିଛି ।

ଏହି ସେଂଟରର ଉଦ୍‌ଘାଟନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କକ ଦ୍ୱାରା ହୋଇଛି । ଏହି ଅବସରରେ ଆଇବିଏମ କନ୍ସଲ୍ଟିଂର ଗ୍ଲୋବାଲ ଡେଲିଭରି ପରିଚାଳନା ସହଭାଗୀ ଅମିତ ଶର୍ମା ଏବଂ ଓଡ଼ିଶା ସରକାରଙ୍କର ତଥା ଆଇବିଏମ୍‌୍‌ର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ସୁବିଧାକୁ ଉଦଘାଟନ କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, ବର୍ଷ ବର୍ଷ ଧରି ଓଡ଼ିଶା ଅନେକ କ୍ଷେତ୍ରରେ ସଫଳତାର କାହାଣୀ ଲେଖିଛି । ନୂତନ ଚିନ୍ତାଧାରା, ନବସୃଜନ ଏବଂ ଉଦ୍ୟୋଗ ଗ୍ରହଣ କରି ଏକ ନୂତନ ଓଡିଶା ନୂଆ ଆତ୍ମବିଶ୍ୱାସ ସହିତ ଏହା ଆଗକୁ ବଢୁଛି । ସମ୍ପ୍ରତି ଓଡ଼ିଶା ଭାରତର ଏକ ଟେକ୍ନୋଲୋଜି ଉତ୍ସ ହବ ଭାବରେ ଦ୍ରୁତ ଗତିରେ ଉଭା ହେବାକୁ ଯାଉଛି । ଏଠାରେ ବିପୁଳ ସୁଯୋଗକୁ ଦୃଷ୍ଟିରେ ରଖି ଦେଶର ଉପଲବ୍ଧ ଥିବା ଅଧିକାଂଶ ଆଇଟି କମ୍ପାନୀ ଭୁବନେଶ୍ୱରରେ ପାଦ ପକାଇଛନ୍ତି । ଉପଯୋଗୀ ପରିବେଶ, ସୁବିଧା ସେବା ଏବଂ ଏଠାରେ ଉପଲବ୍ଧ ବିଶାଳ ପ୍ରତିଭା ଓଡିଶାକୁ ଏକ ପସନ୍ଦର ସ୍ଥଳରେ ପରିଣତ କରିଛି । ଆଇବିଏମ କ୍ଲାଏଂଟ ଇନୋଭେଶନ ସେଂଟର ଖୋଲିବା ଦ୍ୱାରା ରାଜ୍ୟରେ ଦ୍ରୁତ ପରିବର୍ତନ ହେଉଥିବା ଆଇଟି ଇକୋସିଷ୍ଟମ ପାଇଁ ଆଉ ଏକ ନୂତନ ଆଶା ଓ ସମ୍ଭାବନା ସୃଷ୍ଟି କରିଛି ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ଇ-ଆଇଟି ବିଭାଗର ସଚିବ ମନୋଜ କୁମାର ମିଶ୍ର କହିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏକ ଚାକିରି ସଂଯୁକ୍ତ ଶିଳ୍ପ ଅଭିବୃଦ୍ଧି ପାଇଁ ଇକୋସିଷ୍ଟମ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ଭୁବନେଶ୍ୱରରେ କ୍ଲାଏଂଟ ଇନୋଭେଶନ ସେଂଟର ଖୋଲିଥିବାରୁ ଆଇବିଏମ କୁ ଧନ୍ୟବାଦ । ଯାହା ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ଅଭିବୃଦ୍ଧିଶୀଳ କରାଇବ । ଏହା ଓଡିଶାର ଯୁବବର୍ଗମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ।

ଏହି ଅବସରରେ ଆଇବିଏମ କନ୍ସଲ୍ଟିଂର ଗ୍ଲୋବାଲ ଡେଲିଭରି ପରିଚାଳନା ସହଭାଗୀ ଅମିତ ଶର୍ମା କହିଲେ,ଆମର ସିଆଇସିର ନେଟୱାର୍କର ସମ୍ପ୍ରସାରଣ ଆମର ଗ୍ରାହକଙ୍କ ବଢୁଥିବା ଆବଶ୍ୟକତାକୁ ସମର୍ଥନ କରିବାରେ ଏକ ଅବିଚ୍ଛେଦ୍ୟ ଅଂଶ ବିଶେଷ । ଯେହେତୁ ସେମାନେ ସେମାନଙ୍କର ବ୍ୟବସାୟ ପରିବର୍ତନର ଯାତ୍ରାକୁ ତ୍ୱରାନ୍ୱିତ କରୁଛନ୍ତି । ଡିଜାଇନ ଠାରୁ ଆରମ୍ଭ କରି ସ୍ଥାପତ୍ୟ ପର୍ଯ୍ୟନ୍ତ ସମଗ୍ର ସିଷ୍ଟମ ବିକାଶ ଲାଇଫ୍ ସାଇକିଲରେ ଆମର ଦଳ ସେମାନଙ୍କର ଏଣ୍ଡ-ଟୁ-ଏଣ୍ଡ ଡେଲିଭରୀ କ୍ଷମତାକୁ ବ୍ୟବହାର କରିବେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱର ଦେଶର ଏକ ପ୍ରମୁଖ ପ୍ରତିଭା ହବ ଭାବରେ ଦ୍ରୁତ ଗତିରେ ଉଭା ହେଉଛି । ଏହି ସେଂଟର ଏସବୁ ଟେକ୍ନୋଲୋଜି ପ୍ରଫେସନାଲମାନଙ୍କୁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଗ୍ରାହକମାନଙ୍କ ପାଇଁ ପ୍ରଭାବଶାଳୀ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ।

ନୂତନ ସିଆଇସି ଆଇବିଏମ ଗ୍ୟାରେଜ ଡେଲିଭରୀ ପଦ୍ଧତିକୁ ବ୍ୟବହାର କରିବ । ଏହା ଆଇବିଏମକୁ ‘କୋ-କ୍ରିଏଟିି’, ‘କୋ-ଏକଜେକ୍ୟୁଟ’ ଏବଂ ‘କୋ-ଅପରେଟ’ ତଥା ଟ୍ରନ୍ସଫରମେଟିଭ୍ ବିଜନେସ୍ ଓ କମ୍ପେ୍ଲକ୍ସ ଟେକ୍ନୋଲୋଜି ସଲ୍ୟୁଶନ ଏହାର କ୍ଳାଏଂଟ ଏବଂ ଇକୋସିଷ୍ଟମ ସହଭାଗୀମାନଙ୍କୁ ଯୋଗାଇଦେବ ।

ଭୁବନେଶ୍ୱରରେ ଆଇବିଏମର ବିସ୍ତାରିତ ଉପସ୍ଥିତି ଦ୍ୱାରା ବିଦ୍ୟମାନ କର୍ମଚାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଓଡିଶାର ବୈଷୟିକ ଶିକ୍ଷାଗତ ଇକୋସିଷ୍ଟମରୁ ସ୍ନାତକ ନିଯୁକ୍ତି ସହିତ ସମ୍ଭାବ୍ୟ ପ୍ରତିଭାଙ୍କୁ ବ୍ୟବହାର କରିବାକୁ କମ୍ପାନୀ ସକ୍ଷମ ହେବ ।

ଆଇବିଏମ କନ୍ସଲ୍ଟିଂ ସମ୍ପ୍ରତି ଭାରତରେ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ଜାତୀୟ ରାଜଧାନୀ ଅଂଚଳ, ପୁଣେ, ମହୀଶୁର, କୋଚି ଏବଂ କୋଏମ୍ବାଟୁର ଆଦି ୧୧ଟି ସିଆଇସି ସହିତ କାର୍ଯ୍ୟ କରିବ ।

ଆଇବିଏମ୍ ବିଷୟରେ:

ଆଇବିଏମ ହେଉଛି ଗ୍ଲୋବାଲ ହାଇବ୍ରିଡ କ୍ଲାଉଡ ଏବଂ ଏଆଇର ଏକ ଅଗ୍ରଣୀ ପରାମର୍ଶ ପ୍ରଦାନକାରୀ । ଆମେ ୧୭୫ ରୁ ଅଧିକ ଦେଶରେ ଗ୍ରାହକମାନଙ୍କୁ ସେମାନଙ୍କର ତଥ୍ୟରୁ ଅନ୍ତର୍ନିହିତ ପୁଞ୍ଜି, ବ୍ୟବସାୟ ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ କରିବା, ଖର୍ଚ୍ଚ ହ୍ରାସ କରିବା ଏବଂ ସେମାନଙ୍କ ଶିଳ୍ପରେ ପ୍ରତିଯୋଗିତାମୂଳକ ଲାଭ ହାସଲ କରିବାରେ ସାହାଯ୍ୟ କରିଥାଉ । ଆର୍ଥିକ ସେବା, ଟେଲିକମ ଏବଂ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ୪,୦୦୦ରୁ ଅଧିକ ସରକାରୀ ଏବଂ କର୍ପୋରେଟ ସଂସ୍ଥା ଆଇବିଏମର ହାଇବ୍ରିଡ କ୍ଲାଉଡ ପ୍ଲାଟଫର୍ମ ଏବଂ ରେଡ ହାଟ ଓପନ ଶିଫ୍ଟ ଉପରେ ନିର୍ଭର କରି ସେମାନଙ୍କର ଡିଜିଟାଲ ପରିବର୍ତନ ଶୀଘ୍ର, ଦକ୍ଷତାର ସହିତ ଏବଂ ନିରାପଦରେ କରିଥାନ୍ତି । ଏଆଇ, କ୍ୱାଂଟମ କମ୍ପ୍ୟୁଟିଂ, ନିର୍ଦ୍ଦିଷ୍ଟ ଶିଳ୍ପ ଆଧାରିତ କ୍ଲାଉଡ ସମାଧାନ ଏବଂ ପରାମର୍ଶ ଆଦି କ୍ଷେତ୍ରରେ ଆଇବିଏମ୍‌ର ଇନୋଭେଶନ ସଫଳତା ଆମ ଗ୍ରାହକମାନଙ୍କୁ ଓପନ ଏବଂ ଫ୍ଲେକ୍ସିବୁଲ୍ ବିକଳ୍ପ ପ୍ରଦାନ କରିଥାଏ । ବିଶ୍ୱାସ, ସ୍ୱଚ୍ଛତା, ଦାୟିତ୍ୱ, ଅନ୍ତର୍ଭୁକ୍ତତା ଏବଂ ସେବା ପ୍ରତି ଆଇବିଏମର ପ୍ରତିଶ୍ରୁତିବଦ୍ଧତା ଜାରି ରହିଛି । ଅଧିକ ସୂଚନା ପାଇଁ www.ibm.com ପରିଦର୍ଶନ କରନ୍ତୁ ।

Khansweb Solution Bhubaneswar

Leave A Reply

Your email address will not be published.