banner
Breaking

ଆଇଏଏସ ସ୍ତରରେ ଅଦଳବଦଳ।

0

ଭୁବନେଶ୍ଵର,୨୭।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି ।
କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।  ଅନୁରୂପ ଭାବରେ  ୨୦୧୦ ବ୍ୟାଚ୍ ଆଇଏଏସ୍ ମାନସୀ ନିମ୍ଭାଲଙ୍କୁ ଓଏସଏଏମ୍ ବୋର୍ଡର ସଦସ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଏଥିସହ ଟିଡିକଲ ଏମଡି ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
୧୯୯୩ ବ୍ୟାଚ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ  ସୁରେନ୍ଦ୍ର କୁମାର ଅତିରିକ୍ତ ଭାବରେ ବହନ କରୁଥିବା ସିଡ଼ିଏ ଦାୟିତ୍ଵ ଜି.ମାଥିଭାଥନନଙ୍କୁ ପ୍ରଦାନ କରାଯାଇଛି । ଶ୍ରୀ ମାଥିଭାଥନନ୍ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵରେ ଅଛନ୍ତି ।  ସେହିପରି  ୨୦୧୪ ବ୍ୟାଚ୍ ଆଇଏଏସ୍ ଡକ୍ଟର ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ସେ ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.