ଭୁବନେଶ୍ବର,୨୯/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୬ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି। ଯେପରି ଭାବେ ମମ୍ଭାବ୍ୟ ବନ୍ୟ ପ୍ରଭାବରେ ସାଧାରଣଲୋକଙ୍କ ଧନଜୀବନ ନଷ୍ଟ ନ ହେବ ସେ ଦିଗକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନରେ ସଦାବେଳେ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଓଡ଼ିଶା ଆଗରେ ରହି ଆସିଛି। ଏହାକୁ ଧ୍ୟାନରେ ରଖି ବରିଷ୍ଠ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି। ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଡି.କେ ସିଂହଙ୍କୁ –କଟକ, ବିଶାଳ ଦେବଙ୍କୁ-ବାଲେଶ୍ବର, ବିଷ୍ଣୁପଦ ସେଠୀଙ୍କୁ- ଭଦ୍ରକ, ଭ.କେ ଯାଦବଙ୍କୁ- ଯାଜପୁର ଓ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁରର ଦାୟିତ୍ବ ଦିଆଯାଇଛି ।




