banner
Breaking

ଆଇଏଏସ ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ସୁଶୀଲ କୁମାର ଲୋହାନୀ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏଥିସହ ଅବକାରୀ ବିଭାଗର ସଚିବ ପଦରେ ବି ଅଛନ୍ତି।

ସେହିପରି ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂହଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେ ଓଏମ୍‌ସି, ଇଡକଲ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ। ଏଥିସହିତ ଅବକାରୀ ସଚିବ ଭାବେ ଦାୟିତ୍ୱ ନେବା ପରେ ଲୋହାନୀ ଏହି ପଦରୁ ଅବ୍ୟାହତ ନେବେ।

୧୯୯୭ ବ୍ୟାଚ୍‌ ଆଇଏଏସ୍‌ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ କର ଓ ଜିଏସ୍‌ଟି କମିଶନ ଭାବେ ଦାୟିତ୍ୱ ଦିଆଯାଇଛି। ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Khansweb Solution Bhubaneswar

Leave A Reply

Your email address will not be published.