banner
Breaking

୧୧ ଓଏଏସଙ୍କୁ ମିଳିଲା ଆଇଏଏସ ପଦୋନ୍ନତି

0

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ଆଇଏଏସ୍‌ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଅଧିକାରୀମାନଙ୍କୁ ଓଡ଼ିଶା କ୍ୟାଡର୍‌ ଆବଣ୍ଟନ କରାଯିବ।

ଆଇଏଏସ୍‌ ପଦବୀରେ ୨୦୨୦ ସିଲେକ୍ଟ ଲିଷ୍ଟରେ ସୁଷମାରାଣୀ ଦେବୀ, ଦିଲ୍ଲୀପ ରାଉତରାୟ, ସୁଧାକର ବୁର୍ଗି, ଉଦ୍ଧବ ଚନ୍ଦ୍ର ମାଝୀ, ଜ୍ୟୋତି କୁମାର ଲାକ୍ରା, ଇନ୍ଦ୍ରମଣୀ ତ୍ରିପାଠୀ, ସୁବ୍ରତ ଶତପଥୀ, ତ୍ରିଲୋଚନ ପ୍ରଧାନ, ଆଲୋକ କୁମାର କର, ସୁଶାନ୍ତ କୁମାର ଦାଶ ଓ କମଳ ଲୋଚନ ମିଶ୍ର  ଅଛନ୍ତି।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୦ ଜାନୁୟାରୀ ୧ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ଖାଲି ପଦବୀରେ ୧୧ଜଣ ବରିଷ୍ଠ ଓଏଏସ୍‌ଙ୍କୁ ଆଇଏଏସ୍‌ ପଦବୀକୁ ପଦୋନ୍ନତି ଦିଆଯାଇଛି। ଏହି ଅଫିସରମାନଙ୍କ ଆଇଏଏସ୍‌ ପଦବୀରେ ନିଯୁକ୍ତି ଓ ହାଇକୋର୍ଟରେ ସଞ୍ଜିତା ଦାସ ମାମଲା ଏବଂ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କ ଦ୍ୱାରା ସ୍ୟାଟରେ ଚାଲିଥିବା ମାମଲାର ଶୁଣାଣିର ଫଳାଫଳ ଉପରେ ନିର୍ଭର କରୁଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.