banner
Breaking

ଆଇଏଏସ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର,୨/୧(ବ୍ୟୁରୋ): ନୂଆବର୍ଷ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟରେ କରୋନାର ନୂତନ ପ୍ରକରଣ ଓମିକ୍ରନ ବୃଦ୍ଧି ପାଉଥିବାବେଳେ ସରକାର ସ୍ବାସ୍ଥ୍ୟ ସଚିବ ପଦରେ ପରିବର୍ତ୍ତନ ଆଣିଛନ୍ତି। ଆଇଏଏସ ରାଜକୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ବରେ ଅବସ୍ଥାପିତ କରିଛନ୍ତି। ସେହିପରି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ସଞ୍ଜୀବ ଚୋପ୍ରା କୃଷି ଉତ୍ପାଦନ କମିଶନର, ମଧୁସୂଦନ ପାଢ଼ି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ, ସତ୍ୟବ୍ରତ ସାହୁ ରାଜସ୍ବ ପ୍ରମୁଖ ସଚିବ, ରଞ୍ଜନା ଚୋପ୍ରା ଏମ୍‌ଏସ୍‌ଏମ୍‌ଇ ସଚିବ, ସୁରେଶ କୁମାର ବୈଶିଷ୍ଠଙ୍କୁ ଜିଏ ଏବଂ ପିଜି ବିଭାଗ ଓଏସଡି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.