banner
Breaking

ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ହେଲେ ବରଦା ପ୍ରସନ୍ନ ଦାସ।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତି ହୋଇଛନ୍ତି । ନିଜର ସରଳୀ ଜୀବନଶୈଳୀ , ଅମାୟିକ ବ୍ୟବହାର ଓ କର୍ତ୍ତବ୍ୟ ପରାଣୟତା ପାଇଁ ସାଧାରଣ ଲୋକ ହୁଅନ୍ତୁ କିମ୍ବା କର୍ମଚାରୀ ହୁଅନ୍ତୁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇଥାନ୍ତି।ଶ୍ରୀ ଦାସ ତାଙ୍କର ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଟିଟିଲାଗଡ, ନୟାଗଡ. ବାଙ୍କୀ. କଟକ, ଭୁବନେଶ୍ୱର,ଖୋର୍ଦ୍ଧା, ଅନୁଗୋଳ, ଦେବଗଡ ଆଦି ସ୍ଥାନରେ ଲୋକ ସଂପର୍କ ଅଧିକାରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ସୂଚନା ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ ସଂପାଦନ କରିଛନ୍ତି । ସେ ଜଣେ ସୁ ଲେଖକ, ସୁବକ୍ତା, ସଂଗଠକ ଓ ସୁସାହିତ୍ୟିକ ଭାବେ ସୁପରିଚିତ ।

Khansweb Solution Bhubaneswar

Leave A Reply

Your email address will not be published.