banner
Breaking

ଅଧିକାର ସାବ୍ୟସ୍ତ ପାଇଁ ମାନବ ଅଧିକାର ସମ୍ବନ୍ଧୀୟ ଜ୍ଞାନ ନିହାତି ଆବଶ୍ୟକ

0

ଭୁବନେଶ୍ୱର, : ସିଟିଜେନସ୍ ହ୍ୟୁମାନ ରାଇଟସ୍ କ୍ଲିନକ ପକ୍ଷରୁ ବିଶ୍ୱ ମନବାଧିକାର ଦିବସ ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଗୋପବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପଭୋକ୍ତା ବିବାଦର ସମାଧାନ ଆୟୋଗର ସଭାପତି ନାୟାଧିଶ ଡ.ଡି ପି ଚୌଧୁରୀ ଯୋଗଦେଇ କହିଥିଲେ ମାନବ ଅଧିକାର କଣ ସେ ବିଷୟରେ ସମସ୍ତେ ଜାଣିବା ଜରୁରୀ । ମାନବ ଅଧିକାର ସମ୍ବଦ୍ଧୀୟ ଜ୍ଞାନ ଆହରଣ କଲେ ଜଣେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସୁବିଧା ଓ ସହଜ ହେବ । ଏବଂ ଉପଯୁକ୍ତ ନ୍ୟାୟ ପାଇ ପାରିବ । ମୁଖ୍ୟବକ୍ତା ଭାବେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇ ମାନବ ଅଧିକାର ସମ୍ବଦ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଆରପିଏଫର ମୁଖ୍ୟ ସୁରକ୍ଷା ଅୟୁକ୍ତ ପି ଭି ଏସ୍ ସନ୍ଥ ରାମ କହିଥିଲେ ସ୍କୁଲ ପାଠ୍ୟ କ୍ରମରେ ମାନବ ଅଧିକାର ବିଷୟ ରହିବା ଆବଶ୍ୟକ । ସମ୍ମନୀତ ଅତିଥିଭାବେ ପ୍ରଫେସର ବଂଶୀଧର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ, ଶିକ୍ଷାବିତ୍ ସୁଶାନ୍ତ କୁମାର ଦାସ, ବନଶ୍ରୀ ମହାପାତ୍ର, କାଳିଚରଣ ସିଂ ପ୍ରମୁଖ ଯୋଗଦେଇ ମାନବ ଅଧିକାର ସମ୍ବଦ୍ଧରେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆମ ଅଧିକାର ପତ୍ରିକାର ଚତୁର୍ଥ ସଂସ୍କରଣ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଲବ୍‌ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଜୟକ୍ରୀଷ୍ଣ ମହନ୍ତ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଉପାସନା ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.