banner
Breaking

ଘରଭଡା ଛାଡ କରିବାକୁ ମାଲିକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ରାଜ୍ୟବାସୀଙ୍କୁ ସତେ ଯେପରି ସ୍ଥାଣୁ କରିଦେଇଛି। ଲକ୍‌ଡାଉନ୍‌ ହେବା ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି।  ରାଜ୍ୟର ବିଭିନ୍ନ ସହରମାନଙ୍କରେ ଘର ଭଡ଼ା ରହିଥିବା ଗରିବ ଓ ଶ୍ରମିକମାନଙ୍କ ରୋଜଗାରଶୂନ୍ୟ ହୋଇଯାଇଛି। ଏପରି ସ୍ଥିତିରେ ଘର ଭଡା ନମାଗି ବିଶ୍ୱରେ ଉଦାହରଣ ସୃଷ୍ଟି କରିବା ପାଇଁ ଘର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।

ନିଜର ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ଯୋଗୁ ସମଗ୍ର ବିଶ୍ୱ ଏବେ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ସମଗ୍ର ଦେଶରେ ଏବେ ଲକଡାଉନ୍ ରହିଛି। ଏଭଳି ମାନବିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜ୍ୟ ସରକାର କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି ।

ଏପରି ସଙ୍କଟ ସମୟରେ ଆମେ ସମସ୍ତେ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ। ତେଣୁ ସମସ୍ତ ଘରମାଲିକମାନେ ଏଭଳି ସଙ୍କଟ ସମୟରେ ସେମାନଙ୍କ ଘରେ ଭଡ଼ା ଥିବା ଲୋକମାନଙ୍କର ଅତିକମରେ ୩ମାସର ଘରଭଡ଼ାକୁ ଛାଡ଼ ଅବା ସ୍ଥଗିିତ ରଖିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ଘରଭଡ଼ା ଦେଇପାରୁନଥିବା ଯୋଗୁ କୌଣସି ଲୋକଙ୍କୁ ଘର ଖାଲି ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘର ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.