banner
Breaking

ବୁକିଙ୍ଗଜିନି ରିଲୋଡେଡ୍‌’ ଆପ୍‌ ମାଧ୍ୟମରେ ଏବେ ଆପଣ ସିଧାସଳଖ ହୋଟେଲ ବୁକିଂ କରିପାରିବେ।

0

ଭୁବନେଶ୍ୱର,୨୫/୮: କୋଭିଡ୍‌-୧୯ ପାଇଁ ସାରା ପୃଥିବୀରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି। ତେବେ ଏହି ପରିସ୍ଥିତିରେ ଅତିଥିଙ୍କ ଲାଗି ହେଟେଲ ରହଣିକୁ ଅଧିକ ‘କଣ୍ଟାକ୍ଟଲେସ୍‌’ କରିବା ସହିତ ଅନ୍‌ଲାଇନ୍‌ ବୁକିଂ ପାଇଁ ନୂଆ ନୂଆ ଫିଚର ନେଇ ଆସିଛି ‘ବୁକିଙ୍ଗଜିନି ରିଲୋଡେଡ୍‌’ ଆପ୍‌।

ହୋଟେଲ ବୁକିଂ ଏବଂ ରହଣି ବାବଦରେ ଅତିଥିଙ୍କ ଅନୁଭୂତିକୁ ଏକ ନୂଆ ରୂପ ଦେବା ପାଇଁ ଓଡ଼ିଶାର ସଫ୍ଟଓ୍ୱେୟାର କମ୍ପାନି ‘ବୁକିଙ୍ଗଜିନି’ ପକ୍ଷରୁ ଏହି ଆପ୍‌ ଲଞ୍ଚ୍‌ କରାଯାଇଛି। ଜଣେ ଅତିଥି କୌଣସି ହୋଟେଲ ବୁକିଂ କଲା ବେଳେ ଏଣିକି ନିଜ ମୋବାଇଲ୍‌ରେ ଏହି ଆପ୍‌ ମାଧ୍ୟମରେ ରୁମ୍‌ ଭିତର ଓ ବାହାରର ଦୃଶ୍ୟ ମଧ୍ୟ ଦେଖିପାରିବେ। ତା’ ଛଡ଼ା ଏହା ମାଧ୍ୟମରେ ସହଜରେ ହୋଟେଲର ବିଭିନ୍ନ ପ୍ରକାର ଗ୍ରାହକ ସେବା ମଧ୍ୟ ପରିଚାଳିତ ହୋଇପାରିବ।

‘‘ବର୍ତ୍ତମାନ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟଫୋନ୍‌। ଲୋକେ ମଧ୍ୟ ପ୍ରତିଦିନ ନୂଆ ନୂଆ ଜ୍ଞାନକୌଶଳକୁ ଆପଣାଉଛନ୍ତି। ତେଣୁ ହୋଟେଲ ବୁକିଂ କରୁଥିବା ଗ୍ରାହକ ଓ ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ଆମେ ‘ବୁକିଙ୍ଗଜିନି ରିଲୋଡେଡ୍‌’ ପ୍ରସ୍ତୁତ କରିଛୁ। ଯଦିଓ କେବଳ ଅନ୍‌ଲାଇନ୍‌ ହୋଟେଲ୍‌ ବୁକିଂ ପାଇଁ ଅନେକ ଆପ୍‌ ରହିଛି, ତେବେ ଗୋଟିଏ ପ୍ଲାଟଫର୍ମରେ ଆମେ ହେଟେଲ ଏବଂ ଗ୍ରାହକ ଉଭୟଙ୍କ ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରିବାକୁ ଚେଷ୍ଟା କରିଛୁ’’, କହିଛନ୍ତି ବୁକିଂଜିନିର ସିଇଓ ଶିବାଶିଷ ମିଶ୍ର।

‘ବୁକିଙ୍ଗଜିନି ରିଲୋଡେଡ୍‌’ର ୱେବ୍‌ ଭର୍ଜନ ସହ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଲାଟଫର୍ମ ଲାଗି ଆପ୍‌ ରହିଛି। ଆଗାମୀ କିଛି ବର୍ଷ ଭିତରେ ୪୦ରୁ ୫୦ ହଜାର ଗ୍ରାହକ ଏହାକୁ ବ୍ୟବହାର କରିବେ ବୋଲି ବୁକିଂଜିନିର ସିଇଓ ଶିବାଶିଷ ମିଶ୍ର ଆଶା ପ୍ରକାଶ କରିଛନ୍ତି।

‘ବୁକିଙ୍ଗଜିନି ରିଲୋଡେଡ୍‌’ ଆପ୍‌ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଵସ୍ତି ହୋଟେଲ ଗ୍ରୁପ୍‌ ତଥା ‘ହାରୋ’ର ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି ଯେ, ‘‘ଏହା ଏକ ସ୍ମାର୍ଟ ତଥା ସମୟ ଉପଯୋଗୀ ମୋବାଇଲ୍‌ ଆପ୍‌। ଅନ୍ୟ ଅନ୍‌ଲାଇନ୍ ବୁକିଂ ଏଜେଣ୍ଟମାନେ ବୁକିଂ ବାବଦରେ ହୋଟେଲଠାରୁ କମିଶନ ନେଉଥିବା ବେଳେ ବୁକିଂଜିନି ତାହା ମାଗଣାରେ କରିବାକୁ ଯାଉଛି। ତେଣୁ ଆଗମୀ ଦିନରେ ଏହା ବଜାରରେ ଅନ୍ୟ ଆପ୍‌ଗୁଡ଼ିକୁ କଡ଼ା ଟକ୍କର ଦେବ।’’ ‘ବୁକିଙ୍ଗଜିନି ରିଲୋଡେଡ୍‌’ ଭାରତରେ ହୋଟେଲ ବୁକିଂ ଏବଂ ଆନୁଷଙ୍ଗିକ ସେବା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ବୋଲି ସେ ଆଶା କରିଛନ୍ତି।

ଏହି ଆପ୍‌ ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅଭିଜ୍ଞାନ ତାଲୁକଦାର, ତୁଷାର ମିଶ୍ର, ଦେବାଶିଷ କୁମାର, ଶେଷା ଦାସ ଏବଂ ବୁକିଙ୍ଗ୍‌ଜିନିର ବୈଷୟିକ ନିର୍ଦ୍ଦେଶକ ମନୋଜ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ବୁକିଙ୍ଗଜିନିର ପ୍ରତିଷ୍ଠାତା ତଥା ସିଇଓ ଶିବାଶିଷ ମିଶ୍ର ଆପ୍‌ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.