banner
Breaking

ଭୁବନେଶ୍ୱରରେ ଖୋଲିଲା ଓ୍ବେଲକମ୍ ହୋଟେଲ।

0

ଭୁବନେଶ୍ୱର,୧/୧୧(ଓଡ଼ିଆ ନ୍ୟୁଜ): ପୂର୍ବାଚଂଳରେ ଉପସ୍ଥିତି ସମ୍ପ୍ରସାରଣ ଏବଂ ସୁଦୃଢ଼
ପୂର୍ବର ସୁବର୍ଣ୍ଣ ତ୍ରିଭୁଜ ଅଂଚଳରେ ସ୍ଥାପତ୍ୟ
ଐତିହ୍ୟ ଏବଂ ଗୌରବବମୟ ପରମ୍ପରା ଉଦ୍‌ଜୀବିତ
କରିବା ଲାଗି ୱେଲକମହୋଟେଲ ଭୁବନେଶ୍ୱରରେ
ବ୍ରାଣ୍ଡ ଉପସ୍ଥିତି ଜାହିର କରି ୱେଲକମହୋଟଲ୍ସକୁ
ଓଡ଼ିଶା ରାଜ୍ୟରେ ପ୍ରତିଷ୍ଠିତ କରାଇବାକୁ ସକ୍ଷମ ହେବ
ଆଇଟିସି ହୋଟେଲ ପକ୍ଷରୁ ରାଜ୍ୟର ପ୍ରଥମ
ଲିଡ୍‌(ଏଲ୍‌ଇଇଡି) ପ୍ଲାଟିନମ ସାର୍ଟିଫାଏଡ
ହୋଟେଲ “ୱେଲକମହୋଟେଲ ଭୁବନେଶ୍ୱର” ଖୋଲିବା
ସମ୍ପକରେ ଘୋଷଣା କରାଯାଇଛି । ଓଡିଶାର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଆତିଥ୍ୟ
ଗନ୍ତବ୍ୟସ୍ଥଳର ପ୍ରତିଶ୍ରୁତିବଦ୍ଧତା ଲକ୍ଷ୍ୟକୁ ଅଧିକ ସୁଦୃଢ଼
କରିବା ଲାଗି ଏହାର ଉଦ୍‌ଘାଟନ କରିଛନ୍ତି । ଏହା
ଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଅଧିକ ସମୃଦ୍ଧ ହୋଇ
ପାରିବ ।
ଭୁବନେଶ୍ୱରରେ ଅବସ୍ଥିତ ଏହି ହୋଟେଲଟି
ବିମାନବନ୍ଦରଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ
ଏବଂ ଉପାନ୍ତ ଅଂଚଳର ଶିକ୍ଷାନୁଷ୍ଠାନ ତଥା ଆବାସିକ
ବିକାଶ ହବ ନିକଟରେ ଅବସ୍ଥିତ ।
୫୦୦ରୁ ଅଧିକ ମନ୍ଦିର ଥିବା ଭୁବନେଶ୍ୱରର
ବିକାଶକୁ ଦୃଷ୍ଟିରେ ରଖି ୱେଲକମହୋଟେଲ
ଭୁବନେଶ୍ୱର ସ୍ଥାନୀୟ ସ୍ୱଦେଶୀ ପଥର ସ୍ଥାପତ୍ୟ ଦ୍ୱାରା
ଆକର୍ଷଣୀୟ ଛାତ, ଓଭରହ୍ୟାଙ୍ଗସ୍‌,ସ୍କଭରର୍ଡ ୱାକ୍
ୱେ ଏବଂ ବଡ଼ ଉଦ୍ୟାନ ରହିଛି ।
ଏହି ଉଦ୍‌ଘାଟନ ଅବସରରେ ଉଦବୋଧନ ଦେଇ
ଆଇଟିସି ଲିମିଟେଡ୍‌ର ଚେୟାରମ୍ୟାନ ତଥା
ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ କହିଲେ,
“ଆଇଟିସି ବର୍ଷ ବର୍ଷ ଧରି ଆଇକନିକ ହୋଟେଲ
ପ୍ରପର୍ଟି ନିର୍ମାଣ କରିଛି ଯାହା ଭାରତର ପର୍ଯ୍ୟଟନ
ଶିଳ୍ପକୁ ସମୃଦ୍ଧ କରିବାକୁ ସିକ୍ଷମ ହେବ । ଆଇଟିସିର
ୱେଲକମହୋଟେଲ ବ୍ରାଣ୍ଡ ଅନ୍ତର୍ଗତ ଭୁବନେଶ୍ୱରରେ
ହୋଟେଲ ଉଦ୍‌ଘାଟନ କରି ଆଇଟିସିରର ବିଭିନ୍ନ
ହୋଟେଲ ପୋର୍ଟଫୋଲିଓର ଆଧାରରେ ଆଉ ଏକ
ପଦକ୍ଷେପ ଗ୍ରହଣ କରିଥିବାରୁ ଆମେ ଗର୍ବିତ । ମୁଁ
ନିଶ୍ଚିତ ଯେ ଏହି ବିଶ୍ୱସ୍ତରୀୟ ହୋଟେଲ ଓଡିଶାର
ପର୍ଯ୍ୟଟନ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ
କରିବାକୁ ସକ୍ଷମ ହେବ । ଆତିଥ୍ୟତା କ୍ଷେତ୍ରରେ ଆମେ
ପୁଞ୍ଜି ବିନିଯୋଗ କରିବା ସହିତ ଆଇଟିସି
ଓଡିଶାରେ ସ୍ଥାୟୀ କୃଷି, ଉତ୍ପାଦନ ତଥା ଏକାଧିକ

କ୍ଷେତ୍ରକୁୁ ଅନ୍ତର୍ଭୁକ୍ତ କରି ରାଜ୍ୟର ସାମାଜିକ
ବିକାଶରେ ସହାୟକ ହୋଇପାରିବ ।
ଏହି ଅବସରରେ ଆଇଟିସି ଲିମିଟେଡର
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନକୁଳ ଆନନ୍ଦ
କହିଲେ, “ଓଡିଶା ଭଳି ସାଂସ୍କୃତିକ ସମୃଦ୍ଧ ରାଜ୍ୟର
ରାଜଧାନୀରେ ୱେଲକମ୍‌ହୋଟେଲ ଭୁବନେଶ୍ୱର
ଶୁଭାରମ୍ଭ କରିବା ଆଇଟିସି ହୋଟେଲ ପାଇଁ ଏକ
ଗର୍ବର ବିଷୟ । ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି
ଅର୍ଜନ କରିଥିବା ମାନ୍ୟତାକୁ ୱେଲକମହୋଟେଲ
ଭୁବନେଶ୍ୱର ବିକଶିତ ବରିବା ସହିତ ଭାରତୀୟ
ଆତିଥ୍ୟର ଉଷ୍ମତାକୁ ପ୍ରତିଫଳିତ କରିବାକୁ ସକ୍ଷମ
ହେବ । ଏହି ନୂତନ ଉଦଘାଟନ ନିଶ୍ଚିତ ଭାବରେ
ପୂର୍ବାଚଂଳରେ ଆମର ପାଦଚିହ୍ନକୁ ଅଧିକ ସୁଦୃଢ଼
କରିବାକୁ ସକ୍ଷମ ହେବ । କାରଣ ବ୍ରାଣ୍ଡ ୱେଲକମହୋଟେଲ
ଏହାର ପୋର୍ଟଫୋଲିଓରେ ଭାରତରେ ଅନେକ ଜମି
ଯୋଡି ଆଗକୁ ବଢ଼ିବାର ଯୋଜନା କରିଛି ।
ୱେଲକମହୋଟେଲ ଭୁବନେଶ୍ୱର ହେଉଛି ନୂତନ ଯୁଗର
ଭ୍ରମଣକାରୀଙ୍କ ଏକ ନୂତନ ଚାବି ସଦୃଶ୍ୟ । ଏହା ଉଭୟ
ବ୍ୟବସାୟ ଏବଂ ଅବକାଶ ଯାତ୍ରାକୁ ସମୃଦ୍ଧ କରବାକୁ
ସକ୍ଷମ ହେବ । ଏହି ହୋଟେଲରେ ଏକ ପ୍ରେସିଡେନ୍ସିଆଲ୍‌
ସୁଟ, ୩ ଏକ୍ସକ୍ୟୁଟିଭ ସୁଟ ଏବଂ ୪ ଜୁନିଅର ସୁଟ
ସମେତ ୧୦୭ ଗେ୍େ‌ଟ୍ ରୁମ୍ ରହିଛି ।
ହୋଟେଲଟି ଆଇଟିସି ହୋଟେଲଗୁଡିକର ପ୍ରସିଦ୍ଧ
ରୋଷେଇ ଅଭିଜ୍ଞତା ସହିତ ସ୍ଥାନୀୟ ନୈତିକତା
ଏବଂ ଆଧୁନିକ ଆରାମକୁ ଏକତ୍ର ଭାବେ ପ୍ରଦାନ
କରିବ । ୱେଲକମ କାଫେରେ ବିଭିନ୍ନ ପ୍ରକାରର
ସ୍ୱାଦଯୁକ୍ତ କ୍ୟୁରେଟେଡ ବୁଫେଟ ଏବଂ ଏକ ଲା କାର୍ଟ
ରହିଛି । ସିଗ୍ନେଚର ୱେଲକମ୍ସ ଥାଲିକା ଗୋଟିଏ
ପ୍ଲାଟରରେ ଏହି ଅଂଳର ଅତି ପ୍ରିୟ ଖାଦ୍ୟର
ଯୋଗାଇଦେବ ।
ପାରମ୍ପାରିକ ମାଟି ତନ୍ଦୁରରେ ରନ୍ଧା ଯାଇଥିବା
ପେଶୱାରୀ ମେନୁରେ କବାବ, ଶାକାହାରୀ ପ୍ରସ୍ତୁତି
ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ
କରିଥିବା ଡାଲ ବୁଖାରାର ସ୍ୱାଦ ପ୍ରଦାନ କରାଇବ ।
ୱେଲକମହୋଟେଲ ଭୁବନେଶ୍ୱର ଉତ୍ସବ, କର୍ପୋରେଟ
ଇଭେଂଟ, ବିବାହ, ସମ୍ମିଳନୀ ଏବଂ ସଭାଗୁଡ଼ିକ
ପାଇଁ ଉପଯୁକ୍ତ ସ୍ଥାନ ଭାବରେ କାର୍ଯ୍ୟ କରିବ । ସୁନ୍ଦର
ଦୃଶ୍ୟମାନ, ଚମତ୍କାର ବାହ୍ୟ ଲନ ଏବଂ ଭୋଜି ପାଇଁ
୨୬୦୦ ବର୍ଗ ମିଟର ସ୍ଥାନ ରହିଛି ।
ଅତିଥିମାନଙ୍କ ପାଇଁ ଏକ ସୁସଜ୍ଜିତ ଜିମ୍ନାସିୟମ, କେ
କାୟା କାଲପଙ୍କ ସ୍ପା ରହିଛି । ଅତିଥିମାନେ ଶାନ୍ତ
ସତେଜ ବାୟୁ ଉପଭୋଗ କରିପାରିବେ ।
ଅତିଥିମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମେଡିକାଲ
ପ୍ରଫେସନାଲ ଏବଂ ଡିସ୍‌ଇନଫେକଶନ ବିଶେଷଜ୍ଞଙ୍କ
ସହଯୋଗରେ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତା
ପ୍ରୋଟୋକଲକୁ ଗୁରୁତ୍ୱାରୋପ କରାଯାଇଥାଏ ।
ଓଡିଶାରେ ଆଇଟିସିର ଉପସ୍ଥିତି
ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆତିଥ୍ୟ କ୍ଷେତରେ
ଓଡିଶାର ଅର୍ଥନୀତିରେ ଆଇଟିସିର ଏକ
ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ରହିଛି । ଖାଦ୍ୟ
ପ୍ରକ୍ରିୟାକରଣର କ୍ଷେତ୍ରରେ ସମ୍ଭାବନାକୁ ଦୃଷ୍ଟିରେ ରଖି
ଆଇଟିସି ଖୋର୍ଦ୍ଧା ଠାରେ ଏକ ଅତ୍ୟାଧୁନିକ
ଇଂଟିଗ୍ରେଟେଡ ଫୁଡ ଉତ୍ପାଦନ ସୁବିଧାରେ
ବିନିଯୋଗ କରୁଛି, ଯାହା ଆଇଟିସିର ବିଶ୍ୱ
ସ୍ତରୀୟ ପ୍ୟାକେଜ ଖାଦ୍ୟ ବ୍ରାଣ୍ଡ ଉତ୍ପାଦନ କରିଥାଏ,
ଯେଉଁଥିରେ ଆର୍ଶିବାଦ ଆଟା, ‘ବିଙ୍ଗୋ!’
ସ୍ନାକ୍ସ, ‘ସନଫେଷ୍ଟ’ ବିସ୍କୁଟ, ୟେପି ନୁଡୁଲସ ଆଦି
ରହିଛି । ସମଗ୍ର ରାଜ୍ୟରେ ଲକ୍ଷ ଲକ୍ଷ ଖୁଚୁରା
ଆଉଟଲେଟରେ ଏସବୁ ଉତ୍ପାଦ ପହଂଚିଥାଏ ।
ଏହାଦ୍ୱାରା ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୁଯୋଗ
ସୃଷ୍ଟି ହେବା ସହିତ ଆର୍ଥିକ ବିକାଶ ସମ୍ଭବ
ହୋଇପାରିଛି । ଓରମାସ୍ ସହାୟତାରେ ଆଇଟିସି
ମଙ୍ଗଳଦୀପ୍ ଅଗରବତୀ ଉତ୍ପାଦ କରୁଛି । ଏହାକୁ
ଓଡ଼ିଶାର ଗ୍ରାମୀଣ ମହିଳାମାନେ ପ୍ରସ୍ତୁତ
କରିଥାନ୍ତି ।
ଆଇଟିସି ପକ୍ଷରୁ ଜଳ ପରିଚାଳନା, ସ୍ଥାୟୀ କୃଷି,
ସାମାଜିକ ଜଙ୍ଗଲ, ପଶୁପାଳନ ବିକାଶ ଏବଂ ସ୍ୱାସ୍ଥ୍ୟ
ଏବଂ ପରିମଳ ପରି କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କୁ ସଶକ୍ତ
କରିବା ପାଇଁ ରାଜ୍ୟରେ ଅର୍ଥପୂର୍ଣ୍ଣ ସାମାଜିକ
ବିନିଯୋଗ ପଦକ୍ଷେପକୁ ଆଗେଇ ନେଇଛି ।
ୱେଲକମହୋଟେଲ ବିଷୟରେ:
ଙ୍ଗଙ୍ଗଙ୍ଗ.ସଗ୍ଧମଷକ୍ଟଗ୍ଧରକ୍ଷଗ୍ଦ.ମକ୍ଟଜ୍ଞ/ଙ୍ଗରକ୍ଷମକ୍ଟଜ୍ଞଷକ୍ଟଗ୍ଧରକ୍ଷ
ୱେଲକମହୋଟେଲ ହେଉଛି ପ୍ରିମିୟମ
ହୋଟେଲଗୁଡିକର ଏକ କଲେକଶନ୍ । ଏହି ବ୍ରାଣ୍ଡ
ଭାରତୀୟ ସଂସ୍କୃତିକୁ ପ୍ରତିଫଳିତ କରିଥାଏ । ଏହି
ହୋଟେଲ ଦ୍ୱାରା ବ୍ୟବସାୟର ଦକ୍ଷତା ପ୍ରତିପାଦିତ
ହୋଇପାରିଥାଏ । ଆଧୁନିକ ଦିନର ଆରାମ ସହିତ
ଆଇଟିସି ହୋଟେଲଗୁଡିକର ପ୍ରସିଦ୍ଧ ରୋଷେଇ
ଅଭିଜ୍ଞତା ପ୍ରଦାନ କରାଯାଇଥାଏ ।

ଦର୍ଶନ ହିଁ ଆତିଥ୍ୟତା । ଆମର ହୋଟେଲ
ସହଯୋଗୀମାନେ ଏକୀକୃତ ପ୍ରୟାସ ଏବଂ ସାମଗ୍ରିକ
ପଦକ୍ଷେପ ମାଧ୍ୟମରେ କାର୍ଯ୍ୟ ଜାରି ରଖିଛନ୍ତି । ଏହାର
ଶାଖା ୱେଲକମହୋଟେଲ ଚାଇଲ, ୱେଲକମହୋଟେଲ
ଶିମଲା, ୱେଲକମହୋଟେଲ ଶେରାଟନ ନୂଆଦିଲ୍ଲୀ,
ୱେଲକମହୋଟେଲ ମସୁରୀ, ୱେଲକମହୋଟେଲ ଯୋଧପୁର,
ୱେଲକମହୋଟେଲ ଫୋର୍ଟ ଏବଂ ଡ୍ୟୁନ୍ସ, ଖିମସର,
ୱେଲକମହୋଟେଲ ବିଶାଖାପାଟନମ, ୱେଲକମହୋଟେଲ
ମାଲାପୁରମ୍‌, ୱେଲକମହୋଟେଲ କୋଏମ୍ବାଟୁର,,
ୱେଲକମହୋଟେଲ ପହଲଗାମ୍‌, ୱେଲକମହୋଟେଲ
କାଟରା, ୱେଲକମହୋଟେଲ ଅମୃତସର, ୱେଲକମହୋଟେଲ
ପୋର୍ଟ ବ୍ଲେୟାର ଏବଂ ୱେଲକମହୋଟେଲ ଦ୍ୱାରକା
(ନୂଆଦିଲ୍ଲୀ) ଅବସ୍ଥିତ ।
ଆଇଟିସି ହୋଟେଲ ବିଷୟରେ:
ଙ୍ଗଙ୍ଗଙ୍ଗ.ସଗ୍ଧମଷକ୍ଟଗ୍ଧରକ୍ଷଗ୍ଦ.ସଦ୍ଭ
ଏହା ବ୍ରାଣ୍ଡ ଅଭିଜ୍ଞତାର ପ୍ରତୀକ ଭାବରେ ନମସ୍ତେ
ସିମ୍ବଲ ପ୍ରତିପାଦିତ କରିଥାଏ । ଆଇଟିସି ହୋଟେଲ
ହେଉଛି ଭାରତର ଅଗ୍ରଣୀ ବିଳାସପୂର୍ଣ୍ଣ ହୋଟେଲ
ଚେନ୍ । ଦେଶର ୭୦ ରୁ ଅଧିକ ଗନ୍ତବ୍ୟସ୍ଥଳର ୧୦୦ ରୁ
ଅଧିକ ହୋଟେଲ ମାଧ୍ୟମରେ ଏହା ଆତିଥ୍ୟତା ପ୍ରଦାନ
କରିଥାଏ । ବିଶ୍ୱସ୍ତରୀୟ ମାନ୍ୟତା ପ୍ରାପ୍ତ ସେବା ସହିତ
ଭାରତର ଆତିଥ୍ୟତର ପରମ୍ପରାକୁ ଏହା ଏକୀକୃତ
କରିଥାଏ । ଏହି ବ୍ରାଣ୍ଡ ସୁବିଧାଜନକ ଆବାସ,
ଅତ୍ୟାଧୁନିକ ବ୍ୟବସାୟ ସୁବିଧା, ପ୍ରସିଦ୍ଧ ସିଗ୍ନେଚର
ରୋଷେଇ ଏବଂ ସୁସ୍ଥତା ଅଭିଜ୍ଞତା ଆଧାରରେ
୬ଟି ଉନ୍ନତ ସେବା ପ୍ରଦାନ କରିଥାଏ । ଆଇଟିସି
ହୋଟେଲ’, ୫ ତାରକା ସେଗମେଂଟରେ ‘ୱେଲକମହୋଟେଲ’
ବେଶ୍ ଖ୍ୟାତି ହାସଲ କରିପାରିଛି ।
ବିଳାସପୂର୍ଣ୍ଣ ସେଗମେଂଟରେ ବ୍ରାଣ୍ଡ ମେମେଟୋଂସ
ଏବଂ ପ୍ରିମିୟମ ସେଗମେଂଟରେ ବ୍ରାଣ୍ଡ ଷ୍ଟୋରି
ହେଉଛି ଆଇଟିସି ହୋଟେଲ ପୋର୍ଟଫୋଲିଓର
ସର୍ବଶେଷ ଯୋଗଦାନ ।
ପ୍ରତ୍ୟେକ ଆଇଟିସି ବିଳାସପୂର୍ଣ୍ଣ ହୋଟେଲ ସବୁଜ
ବିଲଡିଂ ପ୍ରୟାସ ପାଇଁ ଏଲଇଇଡି ପ୍ଲାଟିନମ
ରେଟିଂ ସହିତ ସ୍ୱୀକୃତ ହୋଇଛି । ଯାହା ପରିବେଶ
ଦାୟିତ୍ୱବୋଧ ଏବଂ ଉତ୍ସର-ଦକ୍ଷତା ଉପଯୋଗ , ଶକ୍ତି
ଏବଂ ପରିବେଶୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି
ଡିଜାଇନିଂ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.