banner
Breaking

ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ହସ୍ପିଟାଲକୁ ପୁରସ୍କୃତ କରିବେ ରାଜ୍ୟ ସରକାର।

0

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜ୍ୟ ସରକାର ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ହସ୍ପିଟାଲକୁ ପୁରସ୍କୃତ କରିବେ। ପୁରସ୍କୃତ ହସ୍ପିଟାଲକୁ ମିଳିବ ଆର୍ଥତ୍କ ସହାୟତା। ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ(ଏମ୍‌ସିଏଚ୍‌), ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌), ସବ୍‌ ଡିଭିଜନାଲ ହସ୍ପିଟାଲ (ଏସ୍‌ଡିଏଚ୍‌) ଏବଂ ପ୍ରଥମ ରେଫରାଲ ୟୁନିଟ୍‌ ଭାବେ କାର୍ଯ୍ୟ କରୁଥିବା କମ୍ୟୁନିଟି ହେଲ୍‌ଥ ସେଣ୍ଟର(ସିଏଚ୍‌ସି)କୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ସରକାର ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଦେଖି ଗ୍ରେଡିଂ କରିବେ। ନିର୍ଦ୍ଦିଷ୍ଟ ପାରାମିଟରଗୁଡ଼ିକ ଆଧାରରେ ଗ୍ରେଡିଂ କରାଯିବ। ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ଟ୍ରାନ୍ସପରେନ୍ସି ଏବଂ ଏକ ସମୟସୀମା ମଧ୍ୟରେ ପରିବର୍ତ୍ତନ ମାଧ୍ୟମରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଶ୍ୱବ୍ୟାପୀ ଏକାଭିମୁଖୀ ହାସଲ କରିବା ପାଇଁ ଏହି ଗ୍ରେଡିଂ ସିଷ୍ଟମ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନର ଏକ ଅଂଶ। ସ୍କୋର୍‌କୁ ଆଧାର କରି ର଼୍ୟାଙ୍କ ପ୍ରଦାନ କରାଯିବ। ଆଉ ର଼୍ୟାଙ୍କ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଦର୍ଶନକାରୀକୁ ସମ୍ମାନିତ କରିବେ ଓ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଏମ୍‌ସିଏଚ୍‌ଗୁଡ଼ିକୁ ୩ କୋଟି (ର଼୍ୟାଙ୍କ-୧), ୧.୫୦ କୋଟି (ର଼୍ୟାଙ୍କ-୨) ଏବଂ ୧ କୋଟି (ର଼୍ୟାଙ୍କ-୩)ଟଙ୍କା ପ୍ରଦାନ କରାଯିବ। ସେହିଭଳି ଶ୍ରେଷ୍ଠ ୩ ଡିଏଚ୍‌ଏଚ୍‌ଗୁଡ଼ିକୁ ଯଥାକ୍ରମେ ୧ କୋଟି, ୫୦ ଲକ୍ଷ ଏବଂ ୩୦ ଲକ୍ଷ ଟଙ୍କା ଏବଂ ଏସ୍‌ଡିଏଚ୍‌/ ସିଏଚ୍‌ସିକୁ ପ୍ରତିବର୍ଷ ୫୦ ଲକ୍ଷ, ୨୫ ଲକ୍ଷ ଟଙ୍କା ଏବଂ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏନେଇ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.