banner
Breaking

ଅଧିକ ଟଙ୍କା ଦାବି କରୁଛନ୍ତି ଘରୋଇ ହସ୍ପିଟାଲ।

0

ନୂଆଦିଲ୍ଲୀ,୧୦।୫: ଦେଶରେ ଘରୋଇ ହସ୍ପିଟାଲ ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କୁ କୋଭିଡ୍‌ ଟିକା ପାଇଁ ମୁଣ୍ଡ ପିଛା ୭୦୦ରୁ ୧,୫୦୦ ଟଙ୍କା ଚାର୍ଜ କରୁଛନ୍ତି। କୋଓ୍ବିନ ଓ୍ବେବସାଇଟ୍‌ରେ ଉପଲବ୍ଧ ଥିବା ତଥ୍ୟ ଏହା ଦର୍ଶାଉଛି। ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ପ୍ରଦାନ ବେଳେ ଘରୋଇ ହସ୍ପିଟାଲ ୨୫୦ ଟଙ୍କା ଚାର୍ଜ କରୁଥିଲେ। ବର୍ତ୍ତମାନ ଏହାଠାରୁ ୬ ଗୁଣା ଅଧିକ ଟଙ୍କା ଦାବି କରୁଛନ୍ତି।

ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକାର ପ୍ରତ୍ୟେକ ଡୋଜ ପାଇଁ ୭୦୦ରୁ ୯୦୦ ଟଙ୍କା ଏବଂ ଭାରତ ବାୟୋଟେକ (ବିବି)ର କୋଭାକ୍ସିନ ଶଟ୍‌ ପିଛା ୧,୨୫୦-୧,୫୦୦ ଚାର୍ଜ କରୁଛନ୍ତି ଘରୋଇ ହସ୍ପିଟାଲ।

ଟିକାକରଣ ପାଇଁ ବହୁ ଦେଶରେ ଚାର୍ଜ ଦେବାକୁ ପଡ଼ୁ ନ ଥିବାବେଳେ ଭାରତରେ ହିଁ ଜନସାଧାରଣଙ୍କ ପକେଟ ଉପରେ ମାଡ଼ ହେଉଛି। କେବଳ ଏତିକି ନୁହେଁ, ଭାରତୀୟ ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ ବିଶ୍ୱରେ ସର୍ବାଧିକ ଚାର୍ଜ କରାଯାଉଥିବା ଜଣାପଡ଼ିଛି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର କୋଭିଶିଲ୍ଡ ଟିକାକୁ ୧୫୦ ଟଙ୍କାରେ କିଣି ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଯୋଗାଉଥିଲେ। ଘରୋଇ ହସ୍ପିଟାଲକୁ ଟିକା ପ୍ରଦାନ ପାଇଁ ୧୦୦ ଟଙ୍କା ଚାର୍ଜ କରିବାକୁ ଅନୁମତି ଦିଆଯାଇଥିଲା। ଏବେ ସେମାନେ ମୁଣ୍ଡ ପିଛା ୨୫୦ରୁ ୩୦୦ ଟଙ୍କା ଚାର୍ଜ କରୁଛନ୍ତି। ଏବେ ଜିଏସ୍‌ଟି, ଟ୍ରାନ୍ସପୋଟେଶନ ଓ ଷ୍ଟୋରେଜକୁ ମିଶାଇ କୋଭିଶିଲ୍ଡ ଟିକାର ମୂଲ୍ୟ ୬୬୦ରୁ ୬୭୦ ଟଙ୍କା। ଟ୍ରାନ୍ସପୋଟେଶନବେଳେ ୫ରୁ ୬ ପ୍ରତିଶତ ଭାଙ୍ଗି ଯାଉଥିବାରୁ ଏହାର ମୂଲ୍ୟ ବୃଦ୍ଧି ହୋଇ ୭୧୦ରୁ ୭୧୫ରେ ପହଞ୍ଚୁଛି। ଆଉ ଟିକା ଦେବା ଖର୍ଚ୍ଚ ସମେତ ହାଣ୍ଡ ସାନିଟାଇଜର, ଷ୍ଟାଫଙ୍କ ବାବଦକୁ ପିପିଇ କିଟ୍‌, ବ୍ୟବହୃତ ଇଞ୍ଜେକଶନ ଓ ତାହାକୁ ନଷ୍ଟ କରିବା ଇତ୍ୟାଦିକୁ ମିଶାଇ ୧୭୦ରୁ ୧୮୦ ଟଙ୍କା ଆହୁରି ଖର୍ଚ୍ଚ ହେଉଛି। ଏହାକୁ ମିଶାଇଲେ ଟିକା ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

Khansweb Solution Bhubaneswar

Leave A Reply

Your email address will not be published.