banner
Breaking

ଅସହାୟଙ୍କୁ କମ୍ବଳ ବଣ୍ଟନ।

0

ଭୁବନେଶ୍ୱର ,୩ା୧: ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱର୍ସ ହୋପ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆଜି ନିଳାଦ୍ରୀବିହାର ସ୍ଥିତ ଇଶାନେଶ୍ୱର ବସ୍ଥିରେ ଥିବା କମ୍ୟୁନିଟି ସେଣ୍ଟର ଠାରେ କରୋନା କଟକଣାକୁ ଦୃଷ୍ଟିରେ ରଖି କମ୍ବଳ ବଣ୍ଟନ ଓ କରୋନା ଯୋଦ୍ଧା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।
ଟ୍ରଷ୍ଟର ଅଧ୍ୟକ୍ଷା ରିନା ରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ତମ୍ବକାର ସୁଧାଶୁଂ ମହାପାତ୍ର ସମ୍ମାନୀତ ଅତିଥି ଭାବେ ସମାଜସେବୀକା ନିବେଦିତା ଲେଙ୍କା ,ପୁଷ୍ପାଞ୍ଜଳି ପାଣି, ସାମ୍ବାଦିକ ସୁକାନ୍ତ ରାଉତ ଓ ପ୍ରଭାସିନୀ ନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଲୋକାଭିମୁଖି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମସ୍ତେ କୋଭିଡି ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପୁର୍ଣ୍ଣଚନ୍ଦ୍ର ବେହେରା ସଂଜୋଜନା କରିଥିବା ବେଳେ କୁଳମଣି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯିବା ସହ କରୋନା ମହାମାରି ସମୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ସଙ୍ଗଠନ, ସମାଜସେବୀ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏଥିରେ ସ୍ଥାନିଅ ଅଞ୍ଚଳର ମୁରବୀ ମାନଙ୍କ ସହ ବିଭିନ୍ନ ସାମାଜିକ କର୍ମୀ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.