banner
Breaking

ଜୁନିୟର ହକି ବିଶ୍ବକପ୍ ପାଇଁ ତିନି ଓଡିଶା ଖେଳାଳି ମନୋନୀତ

0

ଭୁବନେଶ୍ବର,୧୧।୧୧: ହକି ଇଣ୍ଡିଆ ପକ୍ଷରୁ ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଟିମରେ ଓଡିଶାରୁ ୩ଜଣଙ୍କୁ ସୁଯୋଗ ମିଳିଛି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ। ଅଧିନାୟକତ୍ବ କରିବେ ବିବେକ ପ୍ରସାଦ ସାଗର । ତେବେ ନଭେମ୍ବର ୨୪ରେ ପ୍ରଥମ ମ୍ୟାଚ ଫ୍ରାନ୍ସ ସହିତ ଖେଳିବ ଭାରତ ।

ଆସନ୍ତା ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ବକପ ଅନୁଷ୍ଠିତ ହେବ। କରୋନା ପାଇଁ ଖେଳ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିନାହିଁ। କେବଳ ଖେଳାଳି ଓ ଷ୍ଟାଫଙ୍କୁ ଷ୍ଟାଡିୟମକୁ ଅନୁମତି ରହିଛି । ପ୍ରତିଦିନ ଖେଳାଳି ଓ ଷ୍ଟାଫଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ଖେଳାଳି ଓ ଟିମ୍‌ ନିମନ୍ତେ ଦୁଇଟି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କରାଯାଇଛି । ଭାରତୀୟ ଟିମ ଭୁବନେଶ୍ବରରେ ପହଞ୍ଚିସାରିଛି। ୧୫ ରେ ଅନ୍ୟ ଦଳ ଭୁବନେଶ୍ବରରେ ପହଞ୍ଚିବେ।

Khansweb Solution Bhubaneswar

Leave A Reply

Your email address will not be published.