banner
Breaking

ଉଚ୍ଚ ନ୍ୟାୟାଳୟ ଦ୍ବାରସ୍ଥ ହେଲା ହକି ଗାଙ୍ଗପୁର।

0

ସୁନ୍ଦରଗଡ,୧୪/୯(ଓଡ଼ିଆ ନ୍ୟୁଜ):ଓଡ଼ିଶାର ନାମିଦାମୀ ହକି ଅଲମ୍ପିୟାଡ଼ ଓ ଆନ୍ତର୍ଜାତିୟ ଖେଳାଳୀଙ୍କୁ ନେଇ ୨୦୧୩ ମସିହାରେ ଗଠିତ ହୋଇଥିଲା ହକି ଗାଙ୍ଗପୁର ମୁଖ୍ୟ ଉଦେଶ୍ୟ ଥିଲା ହକିର ବିକାଶ ଓ ଅଧିକରୁ ଅଧିକ ହକି ଖେଳାଳୀ କିପରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହକି ଖେଳିପାରିବେ।ପ୍ରଥମେ ଗାଙ୍ଗପୁରର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ହୋଇଥିଲା ବେଳେ ସାଧାରଣ ସମ୍ପାଦକ ହିସାବରେ ଦେବାଶିଷ ଗୌଡ଼ ନିଜର ଦାୟିତ୍ୱ ତୁଲାଇଥିଲେ । ସଂଘଟନରେ ଅନ୍ୟ ମାନଙ୍କ ମଧ୍ୟରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ଜ୍ୟୋତି ସୁନିତା କୁଲୁ, ଅଲମ୍ପିୟାଡ଼ ଲାଜରୁଷ ବାର୍ଳା,ଉଇଲିୟମ ଖାଲକୋ,ଆନ୍ତର୍ଜାତିୟ ପ୍ରଭୋଧ ତିର୍କୀ ,ସୁଭଦ୍ରା ପ୍ରଧାନ ଓ ରୋଶନ ମିଞ୍ଜ ପ୍ରଭୂତି ଖେଳାଳୀ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ ତୁଲାଉଥିଲେ।ଦିଲୀପ ରାଜନୀତିରେ ପ୍ରବେଶ କରିବା ପରେ ଲାଜରୁଷ ସଭାପତି ଦାୟିତ୍ୱ ଗ୍ରହଣ କରିବା ସହିତ ଗାଙ୍ଗପୁର ଖେଳାଳୀଙ୍କ କୋଚ୍ ଦାୟିତ୍ବ ମଧ୍ୟ ତୁଲାଉ ଥିଲେ।ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଗାଙ୍ଗପୁର କୋ-ଅଡିନେଟର ଦାୟିତ୍ୱ ନିର୍ବାହ କରିଥିଲେ କ୍ରୀଡା ସଂଘଠକ ସୁଶାନ୍ତ ବେହେରା । ୨୦୧୩ ମସିହାରୁ ସବ ଜୁନିୟର,ଜୁନିୟର ଓ ସିନିୟର ବର୍ଗରେ ହକି ଗାଙ୍ଗପୁର ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ପ୍ରଥମେ ବି ଡିଭିଜନ ଓ ପରବର୍ତ୍ତୀ ସମୟରେ ଏ ଡିଭିଜନ ରେ ମଧ୍ୟ ଜାତୀୟ ଚମ୍ପିୟାନ ହୋଇଛନ୍ତି। ଏଭଳିକି ଦୀପସାନ ତିର୍କୀ, ଶିଲାନନ୍ଦ ଲାକ୍ରା, ଆନନ୍ଦ ଲାକ୍ରା, ପ୍ରତାପ ଲାକ୍ରା ,ଜୀବନ କିଶୋରୀ ଟପ୍ପ ଫିଲିସିଆ ଟପ୍ପ ଓ ସିଲଭର ମେଡାଲ ଜୁନିୟର ଅଲମ୍ପିୟାଡ଼ ସୁଦୀପ ଚିରମାକୁ ଭଳି ଅନେକ ଆନ୍ତର୍ଜାତୀୟ ଖେଳାଳୀ ଗାଙ୍ଗପୁରରୁ ଦକ୍ଷତା ଅର୍ଜନ କରି ଉନ୍ନତ ଖେଳ ପ୍ରଦର୍ଶନ ମଧ୍ୟ କରିଛନ୍ତି।୨୦୧୯ ରେ ହକି ଇଣ୍ଡିଆ ଏକ ତରଫା ନୂତନ ନିୟମ ଅନୁଯାୟୀ ‘ଗୋଟିଏ ରାଜ୍ୟ ଗୋଟିଏ ଟିମ’ ଆଧାରରେ ହକି ଗାଙ୍ଗପୁରକୁ ନୋଟିସ ଜାରି କରି ୨୦୨୦ ଜୁଲାଇ ପର୍ଯ୍ୟନ୍ତ ଗାଙ୍ଗପୁର କାର୍ଯ୍ୟ କରିବ ବୋଲି ସୂଚନା ଦେବା ସହ ସଂଘଟନ ରେଜିଷ୍ଟ୍ରେସନ ମଧ୍ୟ ରଦ୍ଦ କରି ଦିଆଗଲା।ଏହା ଦ୍ଵାରା ଓଡିଶା ତଥା ସୁନ୍ଦରଗଡ଼ ଜିଲ୍ଲାର ଖେଳାଳିଙ୍କ ଉପରେ ଏକ ବଜ୍ର ପଡିବା ସଦୃଶ୍ୟ ହୋଇଗଲା। ଏହି ସମସ୍ୟାର ସମାଧାନ କରିବା ପାଇଁ ହକି ଗାଙ୍ଗପୁର ସମ୍ପାଦକ ଦେବାଶିଷ ଗୌଡ଼ ଓ ଉପ ସଭାପତି ପ୍ରବୋଧ ତିର୍କୀ ସମସ୍ତ ସଦସ୍ୟଙ୍କ ସହିତ ବିଚାର ବିମର୍ଷ କରି ଓଡିଶା ହାଇକୋର୍ଟରେ ଏକ କେଶ ଫାଇଲ କରି ପୂର୍ବ ଭଳି ହକି ଗାଙ୍ଗପୁର ହକିର ବିକାଶ ଓ ଖେଳାଳୀ ମାନଙ୍କ ଉନ୍ନତି ପାଇଁ ହକି ଇଣ୍ଡିଆ ସହିତ ଆସୋସିଏଟ ହୋଇ ମିଳି ମିଶି କାର୍ଯ୍ୟ କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିବା ସହିତ ଉଚ୍ଚନ୍ୟାୟଳୟର ଦ୍ବାରସ୍ଥ ହୋଇ ନ୍ୟାୟ ଦାବି କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.