banner
Breaking

ହକିଇଣ୍ଡିଆ ଅନଲାଇନ ପ୍ରଶିକ୍ଷଣ ରେ ଓଡିଶାରୁ ଏକମାତ୍ର କ୍ରୀଡା ସାମ୍ବାଦିକ ସୁଶାନ୍ତ।

0

ଭୁବନେଶ୍ୱର ,୧୭/୫(ଓଡ଼ିଆ ନ୍ୟୁଜ): ପ୍ରଥମ ଥର ପାଇଁ ହକିଇଣ୍ଡିଆ ତରଫରୁ ଭାରତରେ ଥିବା କ୍ରୀଡା ସାମ୍ବାଦିକ ମାନଙ୍କ ପାଇଁ ଅନ ଲାଇନ ପ୍ରଶିକ୍ଷଣ ପାଠ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିଲା ଏଥିରେ ୧୧ ଜଣ କ୍ରୀଡା ସାମ୍ବାଦିକ ସଫଳତା ର ପାଠ୍ୟ କ୍ରମ କୁ ଶେଷ କରିଥିଲେ।ଏହି ପ୍ରଶିକ୍ଷଣ ପାଠ୍ୟକ୍ରମ ଅପରାହ୍ନ ୧୨.୩୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୪.୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏହି ପାଠ୍ୟ କ୍ରମରେ ଓଡିଶା ତଥା ରାଉରକେଲା ର ଏକମାତ୍ର କ୍ରୀଡା ସାମ୍ବାଦିକ ସୁଶାନ୍ତ ବେହେରା ଅଂଶ ଗ୍ରହଣ କରି ଲେବୁଲ ୧ ଓ ୨ ପାଠ୍ୟ ସଫଳତାର ସହିତ ସମାପ୍ତ କରିଛନ୍ତି।ଏଥିରେ ପ୍ରାରମ୍ଭିକ କୌଶଳ, ତୃମୂଳ ସ୍ତରରେ ପ୍ରଶିକ୍ଷଣ ଭୂମିକା, ବିଶେଷଜ୍ଞ ପ୍ରଶିକ୍ଷଣ, ହକିର ଉନ୍ନତ କୌଶଳ, ଆଧୁନିକ ହକି ଟର୍ମିନାଲ ଓ ଆଧୁନିକତା ହକି ଉପରେ କୋଚ୍ ମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଆଦି ପାଠ୍ୟକ୍ରମ ଉପରେ କ୍ରୀଡା ସାମ୍ବାଦିକ କୁ ପ୍ରଶିକ୍ଷଣ ଦିଆଯାଇଥିଲା।ଏହି ପ୍ରଶିକ୍ଷଣ ପାଠ୍ୟ କ୍ରମ କୁ ହକିଇଣ୍ଡିଆ ର ହାଇ ପରଫରମେନ୍ସ ନିର୍ଦେଶକ ଡେଭିଡ଼ ଜନ ପରିଚାଳନା କରିଥିଲା ସହିତ ପ୍ରଶ୍ନ ଓ ଉତ୍ତର କାର୍ଯ୍ୟ କ୍ରମ ମଧ୍ୟ କରିଥିଲେ।ହକିଇଣ୍ଡିଆ ର ସି ଇ ଓ ମିସ ଏଲିନା ନର୍ମାନ ମଧ୍ୟ ଅନଲାଇନ ରହି ସାମ୍ବାଦିକ ଙ୍କୁ ଉତ୍ସାହିତ କରିଥିଲେ। ହକିଇଣ୍ଡିଆ ର କ୍ରୀଡା ସାମ୍ବାଦିକ ପ୍ରଶିକ୍ଷଣ ପାଠ୍ୟ କ୍ରମ ର ବ୍ୟବସ୍ଥା କୁ ହକି ଗାଙ୍ଗପୁର ର ସମ୍ପାଦକ ଦେବାଶିଷ ଗୌଡ଼ ପ୍ରଶଂସା କରିବା ସହିତ ଓଡିଶାରୁ ଜଣେ ମାତ୍ର କ୍ରୀଡା ସାମ୍ବାଦିକ ସଫଳତା ସହିତ ଭାଗ ନେଇଥିବାରୁ ସୁଶାନ୍ତ ବେହେରାଙ୍କୁ ମଧ୍ୟ ଶୁବେଛା ଜଣାଇଥିଲେ।ସେହିପରି ବରିଷ୍ଟ ହକି କୋଚ୍ ମିଲଟନ ବିଲୁଙ୍ଗ, ବାର୍ଥଲମୀ କେର୍କେଟା,ଜେମ୍ସ କୁଜୁର,ଅରବିନ୍ଦ ପାତ୍ର, ବିକ୍ରମ ସ୍ୱାଇଁ, ଅନେକ ଆନ୍ତର୍ଜାତିକ ହକି ଖେଳାଳୀ ଓ ପାନପୋଷ କ୍ରୀଡା ସଂଘଟନ ର ସମସ୍ତ ସଦସ୍ୟ ସୁଶାନ୍ତ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.