banner
Breaking

ଜର୍ମାନୀ ହକି ବିଶ୍ବକପ୍ ଚମ୍ପିଆନ୍

0

ଭୁବନେଶ୍ୱର : ଜର୍ମାନୀ ହକି ବିଶ୍ୱକପ୍‌ ୨୦୨୩ ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ୫-୪ ଗୋଲ୍‌ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩-୩ ଗୋଲ୍‌ରେ ସୀମିତ ରହିଥିଲେ। ଫଳରେ ଫଳାଫଳ ପାଇଁ ସୁଟଆଉଟ ସହାୟତା ନିଆଯାଇଥିଲା। ଏଥିରେ ଜର୍ମାନୀ ବାଜିମାରିଥିଲା। ଗତ ଚାମ୍ପିଅନ ବଲେଜିୟମକୁ ୫-୪ ଗୋଲ୍‌ରେ ପରାସ୍ତ କରି ପୁରୁଷ ହକି ବିଶ୍ବକପ ଜିତିଛି ଜର୍ମାନୀ।
ସେହିପରି ୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି ବ୍ରୋଞ୍ଜ ପଦକ ଜିତିଛି।

Khansweb Solution Bhubaneswar

Leave A Reply

Your email address will not be published.