banner
Breaking

ପୁରୁଷ ବିଶ୍ଵକପ ହକି ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

0

ରାଉରକେଲା,୧୩।୧: ପୁରୁଷ ହକି ବିଶ୍ୱକପ୍‌ ୨୦୨୩ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଦଳ ୨-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି। ଭାରତ ପକ୍ଷରୁ ଉପ-ଅଧିନାୟକ ତଥା ଓଡ଼ିଶାର ଅମିତ ରୋହିଦାସ ପ୍ରଥମ ଗୋଲ୍‌ କରିଥିବାବେଳେ ଦ୍ୱିତୀୟଟି ହାର୍ଦ୍ଦିକ ସିଂ ଦେଇଥିଲେ।

ପ୍ରକାଶଯୋଗ୍ୟ, ଶୁକ୍ରବାର ବିଶ୍ୱକପ୍‌ ଆରମ୍ଭର ପ୍ରଥମ ଦିନରେ ୪ ମ୍ୟାଚ୍‌ ଖେଳାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ। ଆର୍ଜେଣ୍ଟିନା ୧-୦ ଗୋଲର ଦକ୍ଷିଣ ଆଫ୍ରିକାକୁ ଓ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାଜିତ କରିଥିଲା। ସେହିପରି ରାଉରକେଲାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୫-୦ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.