banner
Breaking

ଓଡ଼ିଆ ଖେଳାଳୀଙ୍କ ପାଇଁ ୧୦ ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ୍‌ରେ ଭାଗ ନେଇଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅମିତ୍‌ ରୋହିଦାସ ଓ ନିଲମ ସଂଜୀପ ଖେସ ଭାରତୀୟ ହକି ଟିମ୍‌ରେ ସ୍ଥାନ ପାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଭାରତ-ସ୍ପେନ ମ୍ୟାଚ୍‌ ଖେଳାଯିବ। ଅମିତ୍‌ ରୋହିଦାସ ଭାରତୀୟ ହକି ଟିମ୍‌ରେ ଉପଅଧିନାୟକ ଅଛନ୍ତି। ତେବେ ହକି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.