banner
Breaking

କାଲି ଦିନ ୧ଟା ରୁ ସ୍କୁଲ ବନ୍ଦ

0

ଭୁବନେଶ୍ୱର : ବୁଧବାର ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ହକି ବିଶ୍ୱକପ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ଲାଗି ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ପ୍ରକାଶ ଯେ, ପୁରୁଷ ହକି ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ। ବୁଧବାର କଟକ ବାରବାଟୀ ଷ୍ଟାଡିୟମରେ ଏହାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବଲିଉଡ୍‌ ଏବଂ ଓଡ଼ିଶାର ଅନେକ କଳାକାର ଯୋଗ ଦେଇ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନ ସାଢେ ୧୨ଟାରୁ କଟକ ସହରର ବିଭିନ୍ନ ଅଂଚଳରେ ଟ୍ରାଫିକ କଟକଣା ଲାଗୁ ହୋଇ ଉଦ୍‌ଘାଟନୀ ସମାରୋହ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

Khansweb Solution Bhubaneswar

Leave A Reply

Your email address will not be published.