banner
Breaking

ଏଚଆଇଭିରୁ ସୁସ୍ଥ ହେଲେ ବିଶ୍ବର ପ୍ରଥମ ମହିଳା

0

ସିକାଗୋ,୧୮।୨: ଆମେରିକାରେ ଲ୍ୟୁକେମିଆ ବା ରକ୍ତ କର୍କଟରେ ପୀଡ଼ିତ ଜଣେ ଏଚ୍‌ଆଇଭି ରୋଗୀ ସୁସ୍ଥ ହୋଇଛନ୍ତି। ଏଚ୍‌ଆଇଭିରୁ ଆରୋଗ୍ୟ ହେବାରେ ସେ ବିଶ୍ୱର ତୃତୀୟ ବ୍ୟକ୍ତି ତଥା ପ୍ରଥମ ମହିଳା। ଏଚ୍‌ଆଇଭିକୁ ପ୍ରତିରୋଧ କରିବାର ପ୍ରାକୃତିକ କ୍ଷମତା ରଖିଥିବା ଜଣେ ଡୋନରଙ୍କଠାରୁ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ ପରେ ସେ ସୁସ୍ଥ ହୋଇଛନ୍ତି। ଏହା ମଧ୍ୟ ପ୍ରଥମ ଉମ୍ବିଲିକାଲ କର୍ଡ ବ୍ଲଡ୍‌ ମାମଲା। ଅଧିକ ଲୋକଙ୍କ ଚିକିତ୍ସା ଲାଗି ଏହି ନୂଆ ପଦ୍ଧତି ଉପଲବ୍ଧ ହୋଇପାରିବ। ଲ୍ୟୁକେମିଆ ଚିକିତ୍ସା ପାଇଁ ମହିଳା ଜଣକ କର୍ଡ ବ୍ଲଡ୍‌ ଗ୍ରହଣ କରିଥିଲେ। ବିନା ଏଚଆଇଭି ଚିକିତ୍ସାରେ ୧୪ ମାସ ହେଲା ତାଙ୍କଠାରେ ଏଚଆଇଭି ଭୂତାଣୁ ନ ଥିବା ଜଣାପଡ଼ିଛି। ପୂର୍ବରୁ ଜଣେ ଶ୍ୱେତାଙ୍ଗ ଓ ଜଣେ ଦକ୍ଷିଣ ଆମେରିକୀୟ ପୁରୁଷ ଏଚ୍‌ଆଇଭି ମୁକ୍ତ ହୋଇଛନ୍ତି। ସେମାନେ ବୟସ୍କ ଷ୍ଟେମ୍‌ ସେଲ୍‌ ଗ୍ରହଣ କରିଥିଲେ, ଯାହା ବୋନ୍‌ ମ୍ୟାରୋ ପ୍ରତିରୋପଣରେ ବ୍ୟବହୃତ ହୋଇଥାଏ।

Khansweb Solution Bhubaneswar

Leave A Reply

Your email address will not be published.