banner
Breaking

ବିନା ଭକ୍ତ ରଥଯାତ୍ରାକୁ ହିନ୍ଦୁ ମହାସଭା ପକ୍ଷରୁ ସ୍ବାଗତ।

0

ଭୁବନେଶ୍ୱର,୨୨/୬(ଓଡ଼ିଆ ନ୍ୟୁଜ):ପୁରୀର ଐତିହାସିକ ରଥଯାତ୍ରା ଉପରେ ପୁନଃ ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଏବର୍ଷ ବିନା ଭକ୍ତ ସମାଗମରେ ରଥଯାତ୍ରା ବିଧି ମୁତାବକ ହେବ ବୋଲି ନିଜ ଗୁରୁତ୍ବପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି। ଓଡ଼ିଶାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କେବଳ ପୁରୀରେ ଅନୁଷ୍ଠିତ ହେବ ଏବଂ ଅନ୍ୟାନ୍ୟ ଯାଗାରେ ହେବାକୁ ବାରଣ କରାଯାଇଛି। ତେବେ ଅତି କମରେ ଭକ୍ତଙ୍କ ଭାବାବେଗକୁ ଅନୁଭବ କରି ସୁପ୍ରିମକୋର୍ଟ ବିଭିନ୍ନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଥଯାତ୍ରା ହେବାକୁ ନେଇ ଦେଇଥିବା ରାୟକୁ ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ସ୍ୱାଗତ କରିଛନ୍ତି ଦଳର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଗୀତା ଚୟନୀ।

ଶ୍ରୀମତୀ ଚୟନୀଙ୍କ ମତରେ ମହାପ୍ରଭୁଙ୍କ ଏହି ଯାତ୍ରାର ବିଶେଷତ୍ବ ରହିଛି ଏବଂ ଓଡ଼ିଶାର ତଥା ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଜଗନ୍ନାଥ ପ୍ରେମୀଙ୍କ ହୃଦୟର ଭାଷାକୁ ସୁପ୍ରିମକୋର୍ଟ ବୁଝି ପାରିଛନ୍ତି।

ଦଳର ପ୍ରଦେଶ ଉପାଧ୍ୟକ୍ଷ ତଥା ପ୍ରବକ୍ତା ଶାରଦା ପ୍ରସାଦ ମହାପାତ୍ର ସୁପ୍ରିମକୋର୍ଟଙ୍କଏହି ଐତିହାସିକ ରାୟକୁ ଭକ୍ତଙ୍କ ଭାବାବେଗର ଜୟ ବୋଲି ଅଭିହିତ କରିଅଛନ୍ତି। ବର୍ଷରେ ଥରେ ପ୍ରଭୁ ତାଙ୍କ ଜନ୍ମବେଦିକୁ ଯିବାର ଦିବ୍ୟ ଅବସରକୁ କୈାଣସି ମାନବୀୟ କାରଣରୁ ବନ୍ଦ କରିବା ଆଧ୍ୟାତ୍ମିକ ମନୋଭାବକୁ କୁଠାରାଘାତ ସହ ସମାନ। ତେଣୁ ଡେରିରେ ହେଉ ପଛେ ପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଅନେକାନେକ ଶୁଭାଭିନନ୍ଦନ ଜଣାଇବା ସହ ଶାନ୍ତି ଶୃଙ୍ଖଳାରେ ପର୍ବଟି ପରିଚାଳନା ହେଉ ବୋଲି ଆଶା ପ୍ରକାଶ କରିଛନ୍ତି। ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଘରେ ରହି ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ପ୍ରଭୁଙ୍କ ଏହି ଲୀଳାକୁ ଉପଭୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.