banner
Breaking

ନିଜ ଇଚ୍ଛାରେ ସମ୍ପର୍କ ରଖିଥିବାରୁ ଦୁଷ୍କର୍ମ ଆଇନ ଲଗାଇବା ଠିକ୍ ନୁହେଁ-ହାଇକୋର୍ଟ

0

କଟକ, : ଦୁଷ୍କର୍ମ ସଂପର୍କରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ହେଲେ, ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଏକ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ଏଥିସହିତ ସଂପୃକ୍ତ ମାମଲାର ଅଭିଯୁକ୍ତକୁ ଜାମିନ ଦେବାକୁ ତଳକୋର୍ଟଙ୍କୁ କହିଛନ୍ତି।

୨୦୧୯ ନଭେମ୍ବର ୨୭ରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ ଅଭିଯୋଗ କରିଥିଲେ। ନିଜ ଗାଁର ଅଚ୍ୟୁତ କୁମାର ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିବା, ଏପରିକି ୨ ଥର ଗର୍ଭବତୀ ମଧ୍ୟ ହୋଇଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ।

ଏହାର ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। କୋରାପୁଟ ଜୟପୁର ସ୍ୱତନ୍ତ୍ର ସେସନ୍ସ କୋର୍ଟ ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଏହା ବିରୋଧରେ ହାଇକୋର୍ଟ ଯାଇଥିଲା ଅଭିଯୁକ୍ତ। ଆଜି ଏ ନେଇ ମାମଲାର ଶୁଣାଣି କରିଥିଲେ ହାଇକୋର୍ଟ।

ଅଭିଯୁକ୍ତକୁ ଜାମିନ ଦେବା ପାଇଁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇ ହାଇକୋର୍ଟ କହିଛନ୍ତି, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ହେଲେ, ତାକୁ ଦୁଷ୍କର୍ମର ଆଖ୍ୟା ଦେବା ଠିକ ଲାଗୁ ନାହିଁ। ଯେତେବେଳେ ଯୁବତୀ ଜଣକ ନିଜ ଇଚ୍ଛାରେ ସଂପର୍କ ରଖୁଛନ୍ତି, ସେତେବେଳେ ଦୁଇ ଜଣ ବ୍ୟକ୍ତିଙ୍କ ସଂପର୍କକୁ ନେଇ ଦୁଷ୍କର୍ମ ଆଇନ ପ୍ରୟୋଗ କରାଯିବା ଠିକ୍ ନୁହେଁ।  ଏପରି ଘଟଣାରେ ଦୁର୍ବଳ, ଗରିବ ଶ୍ରେଣୀର ମହିଳା ସମସ୍ୟାରେ ପଡୁଛନ୍ତି ଏବଂ ଦୁଷ୍କର୍ମ ଆଇନ ସେମାନଙ୍କର ସମସ୍ୟାର ସମାଧାନ କରିପାରୁନଥିବା କହି ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.