banner
Breaking

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ – ହାଇକୋର୍ଟ

0

କଟକ : ବିବାହ ପ୍ରତିଶ୍ରୁତି ଦେଇ ସହମତିରେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲେ ବଳାତ୍କାର ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବଳାତ୍କାର ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି।

କୋର୍ଟ କହିଛନ୍ତି, ମହିଳାମାନେ ସ୍ବଇଚ୍ଛାରେ ସମ୍ପର୍କ ରଖିଥିବା କ୍ଷେତ୍ରରେ ବଳାତ୍କାର ଆଇନର ବ୍ୟବହାର କରିବା ଉଚିତ ନୁହେଁ। ଆଇପିସି ଧାରା ୩୭୫ ଅନୁସାରେ ପୀଡ଼ିତାଙ୍କ ସହ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନାକୁ ବଳାତ୍କାର ଅପରାଧ ପରିସରଭୁକ୍ତ କରାଯାଇଛି। କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଭଳି ଘଟଣାଗୁଡ଼ିକ ଏହାର ଅନ୍ତର୍ଭୁକ୍ତ ନୁହେଁ। ଏହିଭଳି ଘଟଣାକୁ ବଳାତ୍କାର ଭାବେ ଗ୍ରହଣ କରିବା ନ୍ୟାୟ ସଙ୍ଗତ ନୁହେଁ।

Khansweb Solution Bhubaneswar

Leave A Reply

Your email address will not be published.