banner
Breaking

୪୩୪ କୋଟିର ହେରୋଇନ୍ ଜବତ

0

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀରେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(ଡିଆର୍‌ଆଇ)କୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀରୁ ୬୨ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୩୪ କୋଟି ଟଙ୍କା ହେବ। ଏହି ହେରୋଇନ ସାମଗ୍ରୀ ଏକ ଏୟାର କାର୍ଗୋ ଦ୍ୱାରା ଧରାଯାଇଥିଲା।
ସୂଚନାଯୋଗ୍ୟ, ଡିଆର୍‌ଆଇକୁ ଏହି ସାମଗ୍ରୀ ସମ୍ବନ୍ଧରେ ଏକ ଗୁପ୍ତଚର ସୂଚନା ମିଳିଥିଲା। ମେ ୧୦ରେ ଏକ ଅପରେସନ ଆରମ୍ଭ କରାଯାଇଥିଲା, ଯାହାର ନାମ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଥିଲା। ଦୁବାଇରୁ ଦିଲ୍ଲୀ ଏହି ହେରୋଇନ୍‌ ଆସୁଥିବା ଜଣାପଡିଥିଲା। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି।

Khansweb Solution Bhubaneswar

Leave A Reply

Your email address will not be published.