banner
Breaking

ହିରୋ ମୋଟୋକର୍ପ ପକ୍ଷରୁ ପାର୍ବଣ ଋତୁରେ ‘ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ ଟ୍ରଷ୍ଟ’

0

ଚଳିତ ବର୍ଷର ଶୁଭ ପାର୍ବଣ ଋତୁ ଅବସରରେ ମୋଟରସାଇକେଲ ଏବଂ ସ୍କୁଟରର ବିଶ୍ୱର ସର୍ବ ବୃହତ ଉତ୍ପାଦକ ହିରୋ ମୋଟୋକର୍ପ ପକ୍ଷରୁ ହିରୋ ଗିଫ୍ଟ- ଦ ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ ଟ୍ରଷ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଅନ୍ତର୍ଗତ ରୋମାଂଚକର ମଡେଲ ସତେଜତା, ଖୁଚୁରା ଲାଭ, ବହୁ ଆର୍ଥିକ ଯୋଜନା, ପ୍ରି-ବୁକିଂ ଅଫର ସମତେ ବହୁ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯିବ ।

ହିରୋ ଗିଫ୍ଟ କାର୍ଯ୍ୟକ୍ରମ ଏକ ବିଶ୍ୱାସନୀୟତା ଅନୁଭୁତି ଯାହା ଯାହା ହିରୋ ବ୍ରାଣ୍ଡ ଗ୍ରାହକଙ୍କ ମଧ୍ୟରେ ସୃଷ୍ଟି କରି ପାରିଛି । ଚଳିତ ବର୍ଷର ଏହି ମେଗା ଅଭିଯାନର ବିଷୟବସ୍ତୁ ହେଉଛି ‘ଇଣ୍ଡିଆ ଲେଟସ୍ ସେଲିବ୍ରେଟ୍‌, ଫିର୍ ସେ ଦିଲ୍ ସେ’, ଯାହା ଉତ୍ସାହକୁ ପ୍ରତିଫଳିତ କରିଥାଏ । ଯେଉଁଥିରେ ଦେଶର ପରିବାରମାନେ ଦୁଇ ବର୍ଷର ବ୍ୟବଧାନ ପରେ ସାଧାରଣ ପାର୍ବଣ ଋତୁ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଏହି ଅଭିଯାନ ସମ୍ପର୍କରେ ହିରୋ ମୋଟୋକର୍ପର ମୁଖ୍ୟ ଅଭିବୃଦ୍ଧି ଅଧିକାରୀ ରଞ୍ଜୀବଜିତ ସିଂ କହିଲେ, ୧୦୦ ମିଲିୟନରୁ ଅଧିକ ଗ୍ରାହକଙ୍କ ବ୍ୟକ୍ତିଗତ ଗତିଶୀଳତା ସେବା କରି ହିରୋ ମୋଟୋକର୍ପ ଭାରତୀୟ ପରିବାରର ଜଣେ ବିଶ୍ୱସ୍ତ ସଦସ୍ୟ ଭାବରେ ପରିଗଣିତ ହୋଇଛି । ଆମେ ଆଶା କରୁଛୁ ଯେ ହିରୋ ଗିଫ୍ଟ ଗ୍ରାହକଙ୍କ ମନୋବଳକୁ ଏକ ବଡ଼ ଉତ୍ସାହ ଯୋଗାଇବ । ଯାହାଦ୍ୱାରା ଆନନ୍ଦ ସହିତ ଏବଂ ଉତ୍ସାହର ଅନୁଭୁତି ସୃଷ୍ଟି ହେବ । ଏହା ରୋମାଂଚକର ନୂତନ ଲାଭ ସହିତ ଗ୍ରାହକଙ୍କ ବିଶ୍ୱାସକୁ ପୁନଃ ପ୍ରମାଣିତ କରିବାକୁ ସକ୍ଷମ ହେବ । ଯାହା ସେମାନଙ୍କୁ ଆଇକନିକ ହିରୋ ଉତ୍ପାଦ ଏବଂ ଏହା ସହିତ ଆସୁଥିବା ପ୍ରେମ ଏବଂ ସୁଖକୁ ଘରକୁ ନେବାକୁ ଆକର୍ଷିତ କରିବ ।

ପାର୍ବଣ ଉତ୍ସବର ବିକ୍ରିରେ ହିରୋ ମୋଟୋକର୍ପର ଆଇକନିକ ଉତ୍ପାଦଗୁଡ଼ିକର ରୋମାଂଚକର ମଡେଲ ମଧ୍ୟରେ ସ୍ପେ୍ଲଣ୍ଡର ପ୍ଲସ୍ ସିଲଭର ନେକ୍ସସ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ । ସେହିପରି ହିରୋ ଗ୍ଲାମର ଷ୍ଟନିଙ୍ଗ କାନଭାସ ରେଡରେ ଉପଲବ୍ଧ ହେବ । ଏଥିସହ ଗ୍ରାହକମାନେ ଏହି ଉତ୍ସବରେ ଗୋଲ୍ଡଷ୍ଟ୍ରିପସରେ ଏଚଏଫ୍ ଡିଲକ୍ସ ଏବଂ ପୋଲ ଷ୍ଟାର ବ୍ଲୁରେ ପ୍ଲେଜର ପ୍ଲସ୍ ଏକ୍ସଟେକ୍ କିଣିବାର ସୁଯୋଗ ଲାଭ କରିବେ । ଫେଷ୍ଟିଭାଲ ପୋର୍ଟଫୋଲିଓରେ ଟେକ-ସେଭି ଗ୍ରାହକଙ୍କ ପାଇଁ ଆଖିଦୃଶିଆ ଏକ୍ସଟ୍ରିମ୍ ୧୬୦-ଆର୍ ଷ୍ଟିଲଥ୍ ୨.୦ ଏଡିଶନ ମଧ୍ୟ ରହିଛି ।

ଏହି ପ୍ରମୋଶନର ଏକ ଅଂଶ ଭାବରେ କମ୍ପାନୀ ବୀମା ସୁବିଧା, ସହଜ ଆର୍ଥିକ ଯୋଜନା ଯେପରିକି ବାଏ ନାଓ-ପେ ଲ୍ୟାଟର, କମ ଡାଉନ ପେମେଂଟ, ନଗଦ ଇଏମ୍‌ଆଇ, ୫ ବର୍ଷର ଷ୍ଟାଣ୍ଡାର୍ଡ ୱାରେଂଟି ଏବଂ ବିଭିନ୍ନ ଉତ୍ପାଦ ଉପରେ ନଗଦ ସୁବିଧା ପ୍ରଦାନ କରାଯାଉଛି । ଗ୍ରାହକମାନେ ଆଧାର କାର୍ଡ ଆଧାରିତ ଋଣ ଆବେଦନ ସୁବିଧା ସ୍କିମ ପାଇଁ ମଧ୍ୟ ଆବେଦନ କରିପାରିବେ । ଯାହା ଅଧୀନରେ ଗ୍ରାହକମାନଙ୍କୁ ଗାଡି କିଣିବାରେ ଆର୍ଥିକ ସହାୟତା ପାଇବାକୁ କେବଳ ସେମାନଙ୍କର ଆଧାର କାର୍ଡ ଉପସ୍ଥାପନ କରିବାକୁ ପଡ଼ିବ ।

ହିରୋ ସ୍କୁଟର ସୁପର-୬ ଧମାକା ପ୍ୟାକେଜ ସହିତ ଉପଲବ୍ଧ ହେବ । ଏହା ଦ୍ୱାରା ୧୩,୫୦୦ ଟଙ୍କା ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରାଯିବ । ଏହା ଅନ୍ତର୍ଗତ ଏକ ବର୍ଷର ବୀମା ସୁବିଧା, ୨ ବର୍ଷର ମାଗଣା ରକ୍ଷଣାବେକ୍ଷଣ, ୩,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ, ୪,୦୦୦ଟଙ୍କାର ଗୁଡଲାଇଫ୍ ଗିଫ୍ଟ ଭାଉଚର, ୫ ବର୍ଷର ୱାରେଂଟି ଏବଂ ୬ ମାସର ଇଏମ୍‌ଆଇ ୦% ସୁଧ ହାରରେ ଉପଲବ୍ଧ ହେବ ।

ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ ଟ୍ରଷ୍ଟରେ ହିରୋ ପ୍ରିମିୟମ ରେଞ୍ଜରେ ୫୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ ଉପଲବ୍ଧ ହେବ । ଗ୍ରାହକମାନେ ଭାରତର ମୋଟର ସ୍ପୋର୍ଟର ଖ୍ୟାତି ସମ୍ପନ୍ନ ପ୍ରତିଯୋଗୀ ସି.ଏସ. ସନ୍ତୋଷଙ୍କ ସହିତ ଏକ କର୍ମଶାଳାରେ ଅଂଶଗ୍ରହଣ କରିବାର ସୁଯୋଗ ମଧ୍ୟ ପାଇପାରିବେ ।

ପାର୍ବଣ ଅବସରରେ ହିରୋ ମୋଟୋକର୍ପ ଭାରତୀୟ ସୁପରଷ୍ଟାର ରାମ ଚରଣଙ୍କୁ ଷ୍ଟାଇଲିସ-୧୨୫ସିସି ଗ୍ଲାମର ଏକ୍ସଟେକ୍ ପାଇଁ ଅଫିସିଆଲ ବ୍ରାଣ୍ଡ ଆମ୍ବାସାଡର ଭାବରେ ଆଣିଛି ।

Khansweb Solution Bhubaneswar

Leave A Reply

Your email address will not be published.