banner
Breaking

ହୃଦରୋଗ ଠାରୁ ଦୁରେଇ ରହିବାର ଉପାୟ ଜାଣନ୍ତୁ।

0

ହୃଦ୍‌ଘାତଠାରୁ ନିଜକୁ ଦୂରେଇ ରଖିବାର ଏକ ସରଳ ଉପାୟ ରହିଛି। ଏଥିପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ‘ସି’କୁ ସାମିଲ କରିବାକୁ ୟୁନିଭର୍ସିଟି ଅଫ୍‌ ଲଣ୍ଡନର ହୃଦ୍‌ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସେମାନଙ୍କ ମତରେ ଭିଟାମିନ୍‌ ‘ସି’ ହେଉଛି ଏପରି ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଆମେ ସମ୍ମୁଖୀନ ହେଉଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାଗୁଡିକ ମଧ୍ୟରୁ ହୃଦ୍‌ଘାତ ଅନ୍ୟତମ। ଅବଶ୍ୟ ଆଜିକାଲି ଏହାର ଉପଚାର ସମ୍ଭବ ହେଲାଣି। ଯଦି ପରିସ୍ଥିତି ଜଟିଳ ହୁଏ, ତେବେ ହୃଦ୍‌ରୋଗୀ ମୃତ୍ୟୁବରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ପ୍ରକାଶିିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଆମେ ଭିଟାମିନ୍‌ ‘ସି’ଯୁକ୍ତ ଫଳମୂଳ ଏବଂ ଖାଦ୍ୟ ଖାଉ ତେବେ ହୃଦ୍‌ଘାତ ଆଶଙ୍କା କେତେକାଂଶରେ କମିଯାଇଥାଏ। ତେଣୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଏପରି ଖାଦ୍ୟକୁ ସାମିଲ କରିବାକୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.