banner
Breaking

କୋଭିଡ ହସ୍ପିଟାଲରେ ବେଡ ସ°ଖ୍ୟା ବଢିବ। ୨୦୧୩ ଟବାକୋ ଆଇନ ଦୃଢ ହେବ-ସ୍ବାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୧୪ା୫(ଓଡ଼ିଆ ନ୍ୟୁଜ): କୋଭିଡ଼ ହସ୍ପିଟାଲରେ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇ ୪ହଜାର ହେବ । ଏନେଇ ମନ୍ତ୍ରୀସ୍ତରୀୟ ବୈଠକ ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ଼ ସଂଖ୍ୟାକୁ ବୃଦ୍ଧି କରାଯିବ । ଏହାସହ ଦିନକୁ ୧୫ହଜାର ଟେଷ୍ଟ ପାଇଁ ଆଲୋଚନା ହୋଇଛି । ବେସରକାରୀ ମେଡ଼ିକାଲରେ କୋଭିଡ଼ ପରୀକ୍ଷାକୁ ଅନୁମତି ମିଳିବ । ବଲାଙ୍ଗୀର, କୋରାପୁଟ ଓ ବାରିପଦା ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଯିବା ନେଇ ଅନୁମତି ମିଳିବ । ୧୬ରୁ ବଲାଙ୍ଗୀର, ୨୩ରେ କୋରାପୁଟ, ୩୧ରେ ବାରିପଦାରୁ ଆରମ୍ଭ ହେବ କୋଭିଡ଼ ଟେଷ୍ଟ । ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରଥମେ କରୋନା ପରୀକ୍ଷା କରାଯିବ । କରୋନା ରିପୋର୍ଟ ଆସିବା ପରେ ଯଦି ତାଙ୍କ ରିପୋର୍ଟ ନେଗେଟିଭ ଆସିବ ତେବେ ସେମାନେ ଘରେ ସଙ୍ଗରୋଧରେ ରହିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସଙ୍ଗେସଙ୍ଗେ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆଯିବ । ସ୍ୱଚ୍ଛତା ନେଇ ସ୍ୱତନ୍ତ୍ର ଏସଓପି ଜାରିି କରାଯିବ । ୨୦୧୩ର ଟୋବାକୋ ଆଇନକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.