banner
Breaking

ହାଥରସ ମାମଲା : ନାର୍କୋ ଟେଷ୍ଟ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ। ଏପି ସି°

0

ହାଥରସ,୧୦ ।୧୦: ଉତ୍ତର ପ୍ରଦେଶ ହାଥରସ ଜିଲା ଚମ୍ପଦା କୋତବାଲି ଅଞ୍ଚରେ ହୋଇଥିବା ଗଣ ବଳାତ୍କାର ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମନାକୁ ଆସୁଛି । ପୋଲିସ ପୀଡ଼ିତାଙ୍କ ଘରେ ସିସିଟିଭି ଲାଗାଇଥିଲା । ପୀଡ଼ିତାଙ୍କ ଘରେ ସିସିଟିଭି ଓ ମେଟାଲ ଡିଟେକ୍କ୍‌ର ଲଗାଇବା ପରେ କେତେଜଣ ସମ୍ପର୍କୀୟ ଆପଣାଛାଏଁ ସେଠାରୁ ଚାଲିଯାଇଥିଲେ । ଏମାନଙ୍କ ମଧ୍ୟରେ ପୀଡ଼ିତାଙ୍କ ଜଣେ ଭାଉଜ ଥିବା କୁହାଯାଉଛି । ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କୁହାଯାଉଛି କି କୌଣସି ସଙ୍ଗଠନ ପୀଡ଼ିତାଙ୍କ ପରିବାରକୁ ଭ୍ରମରେ ପକାଇବାକୁ ଏପରି କରିଥାଇ ପାରନ୍ତି । ତେବେ ଏହାକୁ ନେଇ ପୋଲିସ ଓ ଏସ୍‌ଆଇଟି ଯାଞ୍ଚ ଆରମ୍ଭ କରିଦେଇଛି । ଇତିମଧ୍ୟରେ ବହୁ ଚର୍ଚ୍ଚିତ ନିର୍ଭୟା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ହାଥରସ ପହଞ୍ଚି ଅଭିଯୁକ୍ତଙ୍କ ପରିଜନଙ୍କ ସହ ସାକ୍ଷାତ୍ କରିଥିବା ଜଣାପଡିଛି । କେବଳ ନିର୍ଭୟା ମାମଲା ନୁହେଁ, ରାମ ରହିମ, ହନିପ୍ରିତ ମାମଲା, ରାଜସ୍ଥାନର ଆନନ୍ଦପାଲ ମାମଲା ଲଢିଛନ୍ତି ଏପି ସିଂ । ହେଲେ ନିର୍ଭୟା ମାମଲାରେ ସେ ଚର୍ଚ୍ଚାକୁ ଆସି ଯାଇଥିଲେ । ତେବେ ଏଥର ହାଥରସ ମାମଲାରେ ଲଢିବାକୁ ଆଗ୍ରହ ପ୍ରକାଶ କରିଥିବା ସିଂ କହିଛନ୍ତି ବିନା ଦୋଷରେ ହାଥରସ ଅଭିଯୁକ୍ତଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି । ସେ କହିଛନ୍ତି ମିଳିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ପୀଡ଼ିତାଙ୍କୁ ବଳାତ୍କାର କରାଯାଇ ନାହିଁ । ଆହୁରି ମଧ୍ୟ ନାର୍କୋ ଟେଷ୍ଟ ପରେ ସବୁ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.