banner
Breaking

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ଵାମୀ।

0

ହରିଦ୍ୱାର,୨୨ ।୧: ଆସନ୍ତାକାଲି ଉତ୍ତରଖଣ୍ଡ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି । ୨୪ ଜାନୁୟାରୀରେ ସୃଷ୍ଟି ଏହି ଦାୟିତ୍ୱ ନେବେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ମଞ୍ଜୁରୀ ପରେ ସୃଷ୍ଟିଙ୍କୁ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ । ଦେଶରେ ପ୍ରଥମଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଥିବା ଅବସ୍ଥାରେ ଅନ୍ୟ ଜଣଙ୍କୁ ସେହି ଦାୟିତ୍ୱ ଦିଆ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ହରିଦ୍ୱାର ବାହାଦୂରବାଦ ବ୍ଲକର ଦୌଲତପୁର ଗାଁର ନାମ ଇତିହାସରେ ସ୍ଥାନ ପରାଇବାକୁ ଯାଉଛି । ସୃଷ୍ଟି ଗୋସ୍ୱାମୀଙ୍କୁ ବାଳିକା ଦିବସ ଅବସରରେ ୨୪ ଜାନୁୟାରୀରେ ଗୋଟିଏ ଦିନ ଲାଗି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ । ଏହି ସମୟରେ ସେ ଉତ୍ତରାଖଣ୍ଡର ବିକାଶ କାର୍ଯ୍ୟର ସମିକ୍ଷା କରିବେ ଏହାସହ ୧୨ ବିଭାଗର ଅଧିକାରୀ ବିଭାଗୀୟ ଯୋଜନା ଉପରେ ୫-୫ ମିନିଟର ପ୍ରେଜେଣ୍ଟେଶନ ଦେବେ । ସୃଷ୍ଟିଙ୍କ ପିତା ଏକ ତେଜରାତି ଦୋକାନ କରିଥିବା ବେଳେ ମା’ ଜଣେ ଗୃହିଣୀ । ଝିଅକୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଯାଉଥିବାରୁ ଉଭୟ ଖୁବ୍ ଗର୍ବିତ ବୋଲି କହିଛନ୍ତି । ଏହାପୂର୍ବରୁ ମଧ୍ୟ ୨୦୧୮ରେ ସୃଷ୍ଟି ବାଲ ବିଧାନସଭା ସଙ୍ଗଠନର ବାଲ ବିଧାୟକ ଭାବେ ବଛା ଯାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.